୩ ହଜାର ତଳକୁ ଖସୁନି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୩୨୨୨ ନୂଆ ସଂକ୍ରମିତ ଚିହ୍ନଟ, ଚିନ୍ତା ବଢାଉଛି କଟକ, ଖୋର୍ଦ୍ଧା, ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡ଼ା । 

176

କନକ ବ୍ୟୁରୋ : ରାଜ୍ୟରେ ୩ହଜାର ତଳକୁ ଖସୁନି କରୋନା ମିଟର । ଗତ ୨୪ଘଣ୍ଟା ଭିତରେ ୩୨୨୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୬ଜଣଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ୧୮୩୮ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୩୮୪ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସର୍ବାଧିକ ଆକ୍ରାନ୍ତ ତାଲିକାରେ ପ୍ରଥମରେ ରହିଛି କଟକ ।

କଟକରୁ ୬୧୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୨୨, ଜଗତସିଂହପୁରରୁ ୨୧୨, କେନ୍ଦ୍ରାପଡ଼ାରୁ ୧୭୯, ନୟାଗଡ଼ରୁ ୧୧୪, ପୁରୀରୁ ୧୮୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ଘଂଟା ଭିତରେ ୭୪ ହଜାର ୨୨୫ ନମୁନା ପରୀକ୍ଷା ହୋଇଥିବା ବେଳେ ଟେଷ୍ଟ ପଜିଟିଭିଟି ରେଟ ରହିଛି ୪.୩୪ ପ୍ରତିଶତ । ସେହିଭଳି ଏହି ସମୟ ମଧ୍ୟରେ ୩୪୫୭ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ୩୦୯୫୦ ସକ୍ରିୟ ସଂକ୍ରମଣ ରହିଛି ।