କନକ ବ୍ୟୁରୋ: ରାଜ୍ୟରେ ଉପର ମୁହାଁ କରୋନା ମିଟର । ଗତ ୨୪ ଘଂଟାରେ ରାଜ୍ୟରେ ୩ ହଜାର ୭୭୭ ୭୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୋଟିଏ ଦିନରେ ୧୧ଜଣଙ୍କରୁ ମୃତ୍ୟୁ ଘଟିଛି । ସଂଗରୋଧ କେନ୍ଦ୍ରରୁ ୨ ହଜାର ୧୯୧ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୫୮୬ ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ଗତ ୨୪ ଘଂଟାରେ ସବୁଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଖୋର୍ଧା ଜିଲ୍ଲାରୁ । ଜିଲ୍ଲାରୁ ୮୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 11th September
New Positives Cases: 3777
In quarantine: 2191
Local contacts: 1586(Details of local contacts will be shared by concerned Dist Administration)
District Wise Cases
1. Angul: 115
2. Balasore: 127
3. Bargarh: 139
4. Bhadrak: 67
5. Balangir: 51— I & PR Department, Odisha (@IPR_Odisha) September 12, 2020
କଟକରୁ ୩୬୮ , ଅନୁଗୁଳରୁ ୧୧୫, ବାଲେଶ୍ୱରରେ ୧୨୭, ବରଗଡରୁ ୧୩୯ , ଯାଜପୁରରୁ ୧୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା କୋରାପୁଟରୁ ୯୮, ଜଗତସିଂହପୁରରୁ ୧୦୦, କେନ୍ଦ୍ରାପଡାରୁ ୧୪୮, ନବରଙ୍ଗପୁରରୁ ୧୦୭, ସଂବଲପୁରରୁ ୧୧୨, ସୁନ୍ଦରଗଡରୁ ୧୪୮, ପୁରୀରୁ ୨୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ ହଜାର ୭୭୭ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୪୬ ହଜାର ୮୯୪ କୁ ବୃଦ୍ଧି ହୋଇଛି । ଏହା ମଧ୍ୟରୁ ୩୪ ଗଜାର ୧୬୩ ଆକ୍ଟିଭ୍ ମାମଲା ରହିଛି । ସେହିପରି ରାଜ୍ୟରେ ଗତ ୨୪ ଘଂଟାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି ।