ଆଜିଠାରୁ ପୁରୀରେ ଅପରାହ୍ନ ୨ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ : ଔଷଧ, ଗ୍ୟାସ ଓ ପେଟ୍ରୋଲ ପମ୍ପ ବାଦ୍

112

କନକ ବ୍ୟୁରୋ : ଆଜି ଠାରୁ ପୁରୀରେ ଅପରାହ୍ନ ୨ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ଏକାଧିକ ବ୍ୟବସାୟୀ ସଂଘ ନିଷ୍ପତି ନେିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଥିବା କୁହାଯାଇଛି । ଏହି ବନ୍ଦ ନିଷ୍ପତି ନେଇ ଆଜି ପୁରୀ ଡିଷ୍ଟ୍ରିବ୍ୟୁଟର ଆଣ୍ଡ ଟ୍ରେଡର୍ସ ଆସୋସିଏସନ ପକ୍ଷରୁ ପୁରୀ ଏସପିଙ୍କୁ ଅବଗତ କରାଯାଇଛି ।

ଏଥିରେ ଶ୍ରୀକ୍ଷେତ୍ର ଭେଜିଟେବୁଲ ହୋଲସେଲର ଆସୋସିଏସନ, ବଡ଼ଶଙ୍ଖ ମା’ ଶଙ୍ଖେଶ୍ୱରୀ ବ୍ୟବସାୟୀ ସଂଘ, ବଳଗଣ୍ଡି ମାର୍କେଟ ବ୍ୟବସାୟୀ ସଂଘ, ସ୍ୱର୍ଗଦ୍ୱାର ମାର୍କେଟ ବ୍ୟବସାୟୀ ସଂଘ ସାମିଲ ହୋଇ ପ୍ରତିଷ୍ଠାନ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି । ଏଥିରୁ ମେଡିସିନ, ଏଲପିଜି, ଗ୍ୟାସ ବିତରଣ ଓ ପେଟ୍ରୋଲ ପମ୍ପକୁ ବାଦ ଦିଆଯାଇଛି ।

Comments are closed.