କନକ ବ୍ୟୁରୋ : ଆଜି ଠାରୁ ପୁରୀରେ ଅପରାହ୍ନ ୨ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ଏକାଧିକ ବ୍ୟବସାୟୀ ସଂଘ ନିଷ୍ପତି ନେିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଥିବା କୁହାଯାଇଛି । ଏହି ବନ୍ଦ ନିଷ୍ପତି ନେଇ ଆଜି ପୁରୀ ଡିଷ୍ଟ୍ରିବ୍ୟୁଟର ଆଣ୍ଡ ଟ୍ରେଡର୍ସ ଆସୋସିଏସନ ପକ୍ଷରୁ ପୁରୀ ଏସପିଙ୍କୁ ଅବଗତ କରାଯାଇଛି ।
ଏଥିରେ ଶ୍ରୀକ୍ଷେତ୍ର ଭେଜିଟେବୁଲ ହୋଲସେଲର ଆସୋସିଏସନ, ବଡ଼ଶଙ୍ଖ ମା' ଶଙ୍ଖେଶ୍ୱରୀ ବ୍ୟବସାୟୀ ସଂଘ, ବଳଗଣ୍ଡି ମାର୍କେଟ ବ୍ୟବସାୟୀ ସଂଘ, ସ୍ୱର୍ଗଦ୍ୱାର ମାର୍କେଟ ବ୍ୟବସାୟୀ ସଂଘ ସାମିଲ ହୋଇ ପ୍ରତିଷ୍ଠାନ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି । ଏଥିରୁ ମେଡିସିନ, ଏଲପିଜି, ଗ୍ୟାସ ବିତରଣ ଓ ପେଟ୍ରୋଲ ପମ୍ପକୁ ବାଦ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/vlcsnap-2021-04-29-14h49m35s839.png)