ସରକାର କମାଇଲେ ବୁଷ୍ଟର ଡୋଜର ଅବଧି । ଏବେ ଟିକାର ଉଭୟ ଡୋଜ ନେବାର ୬ ମାସ ପରେ ନେଇପାରିବେ ବୁଷ୍ଟର ଡୋଜ

124

କନକ ବ୍ୟୁରୋ : କରୋନାର ବୁଷ୍ଟର ଡୋଜ ଏବେ ୯ ମାସ ପରିବର୍ତ୍ତେ ୬ ମାସ ମଧ୍ୟରେ ନେଇପାରିବେ । ସରକାରଙ୍କ ତରଫରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । କୌଣସି ବି ବ୍ୟକ୍ତି ଟିକାର ଉଭୟ ଡୋଜ ନେବାର ୬ ମାସ ପରେ ବୁଷ୍ଟର ଡୋଜ ନେଇପାରିବେ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି । ୧୮ ରୁ ୫୯ ବର୍ଷର ନାଗରିକମାନେ କୌଣସି ଘରୋଇ ଚିକିତ୍ସା କେନ୍ଦ୍ରରେ ଏହି ବୁଷ୍ଟର ଡୋଜ ନେଇପାରିବେ । ହେଲେ ୬୦ ବର୍ଷରୁ ଅଧିକ ବୟସ୍କମାନେ, ସ୍ୱାସ୍ଥ୍ୟକର୍ମୀମାନେ ଓ କରୋନା ଯୋଦ୍ଧାମାନେ ଟିକାର ଉଭୟ ଡୋଜ ନେବାର ୬ ମାସ ପରେ କୌଣସି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏହି ବୁଷ୍ଟର ଡୋଜ ମାଗଣାରେ ନେଇପାରିବେ ବୋଲି କୁହାଯାଇଛି ।

କହିରଖୁ କି, ଦେଶରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଗତ କିଛିଦିନ ମଧ୍ୟରେ ଦେଶର ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହିଛି । ଏହାକୁ ନେଇ କିଛି ରାଜ୍ୟ ପୁଣି ମାସ୍କ କଟକଣାକୁ କଡାକଡି କରିବା ସହ କିଛି କରୋନା କଟକଣା ଯେମିତି କି, ସାମାଜିକ ଦୂରତା, ସାନିଟାଇଜେସନ ଭଳି କଟକଣା ଲଗାଇଛନ୍ତି ।