ଦେଶରେ ୧୮ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା: ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮ ହଜାର ୬୦୧କୁ ବୃଦ୍ଧି, ମୃତକଙ୍କ ସଂଖ୍ୟା ୫୯୦; ମହାରାଷ୍ଟ୍ରରେ ସର୍ବାଧିକ ୨୩୨ ମୃତ

250

କନକ ବ୍ୟୁରୋ: ଦେଶରେ ୧୮ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୬୦୧କୁ ବୃଦ୍ଧି । ମୃତକଙ୍କ ସଂଖ୍ୟା ୫୯୦କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ସୁସ୍ଥ ହୋଇଛନ୍ତି ୩ହଜାର ୨୫୨ ଜଣ । ମହାରାଷ୍ଟ୍ରରେ ସର୍ବାଧିକ ୪ହଜାର ୬୬୬ ଜଣ ସଂକ୍ରମିତ ହୋଇଥିବା ବେଳେ ୨୩୨ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ପାର କରି ୨ହଜାର ୮୧ରେ ପହଁଚିଛି ଓ ୪୭ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଗୁଜୁରାଟରେ ସ୍ଥିତି ଉଦବେଗଜନକ ରହିଛି । ଗୁଜୁରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ହଠାତ ବୃଦ୍ଧ ପାଇ ୧ହଜାର ୯୩୯ରେ ପହଁଚିଛି ଓ ୭୧ଜଣଙ୍କର ମୃତ୍ୟୁ ହୋଇଛି ।

ସ୍ୱାସ୍ଥ୍ୟାମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୧୬), ଆନ୍ଧ୍ରପ୍ରଦେଶ (୭୨୨), ଅରୁଣାଚଳ ପ୍ରଦେଶ (୧), ଆସାମ (୩୫), ବିହାର (୧୧୩), ଚଣ୍ଡିଗଡ଼ (୨୬), ଛତିଶଗଡ଼ (୩୬), ଦିଲ୍ଲୀ (୨୦୮୧), ଗୋଆ (୭), ଗୁଜରାଟ (୧୯୩୯), ହରିୟାଣା (୨୫୪), ହିମାଚଳ ପ୍ରଦେଶ (୩୯), ଜମ୍ମୁ ଓ କଶ୍ମୀର (୩୬୮), ଝାଡ଼ଖଣ୍ଡ (୪୬) କର୍ଣ୍ଣାଟକ (୪୦୮), କେରଳ (୪୦୮), ଲଦାଖ (୧୮), ମଧ୍ୟପ୍ରଦେଶ (୧୪୮୫), ମହାରାଷ୍ଟ୍ର (୪୬୬୬), ମଣିପୁର (୨), ମେଘାଳୟ (୧୧), ମିଜୋରାମ (୧), ପୁଦ୍ଦୁଚେରୀ (୭), ପଞ୍ଜାବ (୨୪୫), ରାଜସ୍ଥାନ (୧୫୭୬), ତାମିଲନାଡୁ (୧୫୨୦), ତେଲେଙ୍ଗାନା (୮୭୩), ତ୍ରିପୁରା (୨), ଉତ୍ତରାଖଣ୍ଡ (୪୬), ଉତ୍ତରପ୍ରଦେଶ (୧୧୮୪) ଓ ପଶ୍ଚିମବଙ୍ଗ (୩୯୨) ।

କରୋନା ମୃତକଙ୍କ ସଂଖ୍ୟା: ଆନ୍ଧ୍ରପ୍ରଦେଶ (୨୦), ଆସାମ (୧), ବିହାର (୨), ଦିଲ୍ଲୀ (୪୭), ଗୁଜରାଟ (୭୧), ହରିୟାଣା (୩), ହିମାଚଳ ପ୍ରଦେଶ (୧), ଜମ୍ମୁ ଓ କଶ୍ମୀର (୫), ଝାଡଖଣ୍ଡ (୨)କର୍ଣ୍ଣାଟକ (୧୬), କେରଳ (୩), ମଧ୍ୟପ୍ରଦେଶ (୭୪), ମହାରାଷ୍ଟ୍ର (୨୩୨), ଓଡ଼ିଶା (୧), , ପଞ୍ଜାବ (୧୬), ରାଜସ୍ଥାନ (୨୫), ତାମିଲନାଡୁ (୧୭), ତେଲେଙ୍ଗାନା (୨୩), ତ୍ରିପୁରା (୦), ଉତ୍ତରପ୍ରଦେଶ (୧୮) ଓ ପଶ୍ଚିମବଙ୍ଗ (୧୨) ।