୭ ସର୍ବାଧକ ପ୍ରଭାବିତ ରାଜ୍ୟର କରୋନା ସ୍ଥିତି ନେଇ ଆଜି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ: ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦି

ତାଲିକାରେ ମହାରାଷ୍ଟ୍ର, ଆନ୍ଧ୍ର, କର୍ଣ୍ଣାଟକ, ୟୁପି, ତାମିଲନାଡୁ, ଦିଲ୍ଲୀ ଓ ପଂଜାବ

300

କନକ ବ୍ୟୁରୋ: ୭ଟି ସର୍ବାଧକ ପ୍ରଭାବିତ ରାଜ୍ୟର କରୋନା ସ୍ଥିତି ନେଇ ଆଜି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ୭ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରିବେ ନରେନ୍ଦ୍ର ମୋଦି । ଏହି ୭ ରାଜ୍ୟର ତାଲିକାରେ ଅଛନ୍ତି- ମହାରାଷ୍ଟ୍ର, ଆନ୍ଧ୍ର, କର୍ଣ୍ଣାଟକ, ୟୁପି, ତାମିଲନାଡୁ, ଦିଲ୍ଲୀ ଓ ପଂଜାବ ।

ଏହି ୭ଟି ରାଜ୍ୟରେ ଦେଶର ଏବେ ବି ୬୩ ପ୍ରତିଶତ ସକ୍ରିୟ ମାମଲା ରହିଛି । ସେହିପରି ଦେଶର ୭୭% କରୋନା ମୃତ୍ୟୁ ଏହି ୭ଟିରୁ ହୋଇଛି ।  ମହାରାଷ୍ଟ୍ର, ଆନ୍ଧ୍ର, କର୍ଣ୍ଣାଟକ, ୟୁପି ଏବଂ ତାମିଲନାଡୁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବା ବେଳେ ଦିଳ୍ଲୀ ଓ ପଂଜାବରେ ପୁଣି ଆକ୍ରାନ୍ତ ସଂଖ୍ୟା ବଢୁଛି । ଏହି ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ, ରାଜ୍ୟ ଗୁଡ଼ିକର ସ୍ୱାସ୍ଥ୍ୟ ସ୍ଥିତି, ଚିକିତ୍ସା ଉପକରଣର ସ୍ଥିତି ଏବଂ ଭିତିଭୂମି ନେଇ ସଂପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିପାରନ୍ତି ।