କନକ ବ୍ୟୁରୋ: ପ୍ରଶାସନକୁ ସହଯୋଗ କରୁ ନାହାନ୍ତି ସଂକ୍ରମିତଙ୍କ ପରିବାର । ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ନେବା ପାଇଁ ଯାଇଥିବା ପ୍ରଶାସନିକ ଟିମକୁ ଦୁର୍ବ୍ୟବହାର ଦେଖାଇଛନ୍ତି । ଏଭଳି ଅଭିଯୋଗ ହୋଇଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନାରେ । କହଳପଦା ଗାଁର ଗୋଟିଏ ପରିବାର ୮ ଜଣ ପଜିଟିଭ ଚିହ୍ନଟ ପରେ ସଂକ୍ରମିତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ଗାଁକୁ ଯାଇଥିଲେ ପ୍ରଶାସନର ଏକ ଟିମ୍ ।

Advertisment

କିନ୍ତୁ ଆକ୍ରାନ୍ତମାନେ ଆସିବାକୁ ରାଜି ହେଲେ ନାହିଁ ଓଲଟା ପରିବାର ଲୋକେ ପ୍ରଶାସନିକ ଟିମକୁ ର୍ଦୁବ୍ୟବହାର କରିଥିଲେ । ଏହାପରେ ରାତିରା ତହସିଲଦାର, ଡକ୍ଟର ଓ ପୁଲିସ ଗାଁକୁ ଯାଇ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ଲାଭ ହୋଇନଥିଲା । ଶେଷରେ ଫେରିଆସିଥିଲେ ଅଧିକାରୀ ।