ରେକର୍ଡ ଭାଙ୍ଗିଲା ‘କରୋନା’: ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭ ହଜାର ୧୫୨ ଛୁଇଁଲା, ମୃତ୍ୟୁ ସଂଖ୍ୟା ୨୨୦୬କୁ ବୃଦ୍ଧି; ଗତ ୨୪ ଘଂଟାରେ ସର୍ବାଧିକ ୪୨୧୩ଟି ନୂଆ ମାମଲା

686

କନକ ବ୍ୟୁରୋ: ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୨୨ ଶହ ଟପିଲା । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ତାଜା ତଥ୍ୟ ଅନୁସାରେ, ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୦୬କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ଦେଶରେ ୯୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସର୍ବାଧିକ ୪ହଜାର ୨୧୩ଟି ନୂଆ ମାମଲା ସାମ୍ନାକୁ ଆସିଛି । ପୂର୍ବରୁ ୨୪ ଘଂଟା ଭିତରେ ୩ ହଜାର ୯୦୦ଟି ନୂଆ ମାମଲା ଆସୁଥିଲା । ତେବେ ଏହାସହିତ ଦେଶରେ ଆକ୍ରାନ୍ତ ସଂଖ୍ୟା ୬୭ ହଜାର ୧୫୨କୁ ବୃଦ୍ଧି ପାଇଛି । ଏବେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୨୦୯୧୭ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ, ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସବୁଠୁ ଆଗରେ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ସଂଖ୍ୟା ୨୨ ହଜାର ୧୭୧ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୩୨କୁ ବୃଦ୍ଧି ପାଇଛି । ସେହିପରି ଗୁଜରାଟରେ ୮ ହଜାର ୧୯୪ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୪୯୩କୁ ବୃଦ୍ଧି ପାଇଛି । ସେହିଭଳି ଦିଲ୍ଲୀରେ ୬ ହଜାର ୯୨୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ରହିଛି ୭୩ରେ ସ୍ଥିର ରହିଛି । ତେବେ ଆନ୍ଧ୍ରପ୍ରଦେଶରେ ୧୯୮୦ କରୋନା ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୪୫ରେ ପହଂଚିଛି ।

ମଧ୍ୟପ୍ରଦେଶରେ ମଧ୍ୟ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇଁ ୩ ହଜାର ୬୧୪ରେ ପହଂଚିଛି ଏବଂ ମୃତ୍ୟୁ ସଂଖ୍ୟା ୨୧୫ଛୁଇଁଲା । ସେହିଭଳି ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୨୦୪କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୪୭ ଏବଂ ରାଜସ୍ଥାନରେ ୩ ହଜାର ୮୧୪ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୧୦୭କୁ ବୃଦ୍ଧି ପାଇଥିବା ନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ।