ଦେଶରେ ପ୍ରଥମ କରୋନା ସଂକ୍ରମଣକୁ ପୁରିଲା ବର୍ଷେ: ବର୍ଷକ ଭିତରେ ସଂକ୍ରମିତ ହୋଇଛନ୍ତି ୧ କୋଟି ୭ ଲକ୍ଷ ନାଗରିକ, ସୁସ୍ଥ ହେଲେଣି ୧କୋଟି ୪ଲକ୍ଷ

Advertisment
ଦେଶରେ ପ୍ରଥମ କରୋନା ସଂକ୍ରମଣକୁ ପୁରିଲା ବର୍ଷେ: ବର୍ଷକ ଭିତରେ ସଂକ୍ରମିତ ହୋଇଛନ୍ତି ୧ କୋଟି ୭ ଲକ୍ଷ ନାଗରିକ, ସୁସ୍ଥ ହେଲେଣି  ୧କୋଟି ୪ଲକ୍ଷ

କନକ ବ୍ୟୁରୋ: ଭାରତରେ କୋଭିଡ୍‌ ମହାମାରୀର ୧ ବର୍ଷ ପୂର୍ତ୍ତି ହୋଇଛି। ଗତବର୍ଷ ୩୦ ଜାନୁଆରିରେ ଦେଶରେ ପ୍ରଥମ କୋଭିଡ୍‌ ମାମଲା ସାମ୍ନାକୁ ଆସିଥିଲା। ଏହାର ଠିକ୍‌ ବର୍ଷକ ପରେ ସ୍ଥିତି ସନ୍ତୋଷଜନକ ରହିଥିବା ସରକାରୀ ତଥ୍ୟରୁ ଜଣାଯାଇଛି। ଏହି ବର୍ଷକ ଭିତରେ ଦେଶରେ ମୋଟ କୋଟିଏ ୭ ଲକ୍ଷ ନାଗରିକ ଏହି ମହାମାରୀ କରୋନାଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ଭିତରୁ ପ୍ରାୟ କୋଟିଏ ୪ ଲକ୍ଷ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାପଡ଼ିଛି।

ଗତ ୧୫ ଦିନ ହେଲା ଭାରତରେ ଦୈନିକ କୋଭିଡ୍‌ ମୃତ୍ୟୁ ୨୦୦ରୁ କମ୍‌ ରହିଥିବା ବେଳେ ମୋଟ ୧,୫୫,୦୦୦ ମୃତ୍ୟୁ ସହ ମେକ୍ସିକୋ ସମ୍ପ୍ରତି ଭାରତକୁ ଟପିଯାଇଛି। କୋଭିଡ୍‌ ମୃତ୍ୟୁ ହିସାବରେ ଭାରତ ଏବେ ୪ର୍ଥ ସ୍ଥାନକୁ ଖସିଯାଇଛି। ଅପରପକ୍ଷେ, ଦେଶରେ ପ୍ରାୟ ୩୦ ଲକ୍ଷ ହିତାଧିକାରୀଙ୍କର ଏହି ଅବସରରେ ଟିକାକରଣ ସଂପନ୍ନ ହୋଇଯାଇଛି।

ଆମେରିକା, ଇସ୍ରାଏଲ ଓ ବ୍ରିଟେନ୍‌ରେ ୩ ଲକ୍ଷ ନାଗରିକଙ୍କର ଟିକାକରଣ ପାଇଁ ଯଥାକ୍ରମେ ୧୮ ଦିନ, ୩୩ ଦିନ ଓ ୩୬ ଦିନ ଲାଗିଥିବା ବେଳେ ଭାରତରେ ମାତ୍ର ୧୩ ଦିନ ଭିତରେ ତାହାର ଦଶଗୁଣାରୁ ଅଧିକ ଲୋକଙ୍କର ଟିକାକରଣ ହୋଇପାରିଛି ଯାହାକି ବିଶ୍ବର ଦ୍ରୁତତମ ପ୍ରକ୍ରିୟା ବୋଲି ଜଣାପଡ଼ିଛି। ଯଦିଓ ଅନ୍ୟ ଦେଶ ତୁଳନାରେ ଭାରତରେ ବିଳମ୍ବରେ ଟିକାକରଣ ଆରମ୍ଭ ହୋଇଥିଲା, ତେବେ ହିତାଧିକାରୀମାନଙ୍କର ସଫଳ ପରିଚାଳନା ଏବଂ ସେମାନଙ୍କର ଏଥିପ୍ରତି ଆଗ୍ରହ ହିଁ ଏହି ପ୍ରକ୍ରିୟାକୁ ସୁଗମ କରିପାରିଛି। ଜାନୁଆରି ୧୬ରେ ଏହା ଆରମ୍ଭ ବେଳେ ଦିନକୁ ମାତ୍ର ୨ ଲକ୍ଷ ଲୋକଙ୍କର ଟିକାକରଣ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଥିବା ବେଳେ ସମ୍ପ୍ରତି ଅଧିକ ସଂଖ୍ୟକ ଟିକାଦାନ କେନ୍ଦ୍ର ଯୋଗୁଁ ଦୈନିକ ୫ ଲକ୍ଷ ଲୋକଙ୍କର ଟିକାକରଣ କରାଯାଇପାରୁଛି। ବର୍ତ୍ତମାନ ସୁଦ୍ଧା କେବଳ ସ୍ୱାସ୍ଥ୍ୟକର୍ମୀମାନଙ୍କର ଟିକାକରଣ କରାଯାଉଥିବା ବେଳେ ଆଗାମୀ ଫେବ୍ରୁଆରି ପ୍ରଥମ ସପ୍ତାହରୁ କୋଭିଡ୍‌ ସମ୍ମୁଖ ଯୋଦ୍ଧାମାନଙ୍କୁ ଏଥିରେ ସାମିଲ କରାଯିବା ପାଇଁ ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ ହୋଇସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe