ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଲେ, ପ୍ରଥମେ ପ୍ରାଇମେରୀ ସ୍କୁଲ ଖୋଲିବା ପାଇଁ ପରାମର୍ଶ ଦେଲା ଆଇସିଏମଆର : ଡିଜି କହିଲେ, ଭୂତାଣୁ ସହ ଠିକ୍ ମୁକାବିଲା କରିପାରିବେ ଛୋଟ ପିଲା

375

କନକ ବ୍ୟୁରୋ : ଦେଶରେ ସିରୋ ସର୍ଭେ ପରେ ଆଇସିଏମଆର ଡିଜିଙ୍କ ବଡ ସୂଚନା । ସେ କହିଛନ୍ତି, ଯଦି ସ୍କୁଲ ଖୋଲିବା ଉପରେ ବିଚାର କରାଯିବ, ତେବେ ପ୍ରଥମେ ଦେଶରେ ପ୍ରାଇମେରି ସ୍କୁଲ ଖୋଲିବା ଉଚିତ୍ । ସ୍ୱାସ୍ଥ୍ୟମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ଆଇସିଏମଆର ଡିଜି ଡାକ୍ତର ବଳରାମ ଭାର୍ଗବ କହିଛନ୍ତି ବୟସ୍କଙ୍କ ତୁଳନାରେ ପିଲାଙ୍କ ଠାରେ ସଂକ୍ରମଣକୁ ସହିବାର ଶକ୍ତି ଅଧିକ ରହିଛି । ସିରୋ ସର୍ଭେରୁ ଜଣାପଡିଛି ପିଲାଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି ବେଶ ଭଲ ରହିଛି ।

ଯଦି ସବୁ ପ୍ରକାର ବ୍ୟବସ୍ଥା କରାଯାଏ, ତାହାଲେ ସ୍କୁଲ ଖୋଲିବାରେ କୌଣସି ଅସୁବିଧା ନାହିଁ । ତୃତୀୟ ଲହରରେ ଛୋଟ ପିଲାଙ୍କୁ ନେଇ ଅଧିକ ଆଶଙ୍କା ରହିଛି ବୋଲି କୁହାଯାଉଥିଲା । ଏବେ କିନ୍ତୁ ଆଇସିଏମଆରର ଡିଜି ଠିକ ଓଲଟା କଥା କହିଛନ୍ତି । ଏବେ ସେ କହିଛନ୍ତି, ଛୋଟ ପିଲାମାନେ କରୋନା ସଂକ୍ରମଣକୁ ଉଚିତ ମୁକାବିଲା କରିପାରିବେ । ଅର୍ଥାତ, ଆଇସିଏମଆର କହିବାକୁ ଚାହୁଁଛି ଯେ ଏବେ ଛୋଟ ପିଲାଙ୍କୁ ନେଇ ଆଶଙ୍କା କରିବାର ବିଶେଷ କିଛି କାରଣ ନାହିଁ । ତେବେ ଡିଜି ବଳରାମ ଭାର୍ଗବ କହିଛନ୍ତି, ସ୍କୁଲର ସମସ୍ତ କର୍ମଚାରୀଙ୍କୁ ଟିକା ଦେବା ପରେ ହିଁ ଏ କଥା ବିଚାର କରିବା ଦରକାର ।