ମାଲକାନଗିରି ପରେ ନବରଙ୍ଗପୁରକୁ ଫେରିଲା ନାଇଟ୍ କର୍ଫ୍ୟୁ : ଆଜି ରାତି ୮ରୁ ସକାଳ ୬ଟା ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ

ବାହାଘର ବରଯାତ୍ରୀ ଓ ଭୋଜି, ରାଜନୈତିକ ରାଲି ସମାବେଶକୁ ମନା; ପିପିଲି ଉପନିର୍ବାଚନ ପାଇଁ ସମାନ ରାସ୍ତା ଆପଣେଇବ କି ପୁରୀ ପ୍ରଶାସନ

86

କନକ ବ୍ୟୁରୋ : ମାଲକାନଗିରି ପରେ ନବରଙ୍ଗପୁରରେ ଲାଗୁ ହେବ ନାଇଟକର୍ଫ୍ୟୁ । ଆଜିି ରାତି ୮ଟାରୁ ସକାଳ ୬ଟା ଯାଏଁ ଏହି ନାଇଟ କର୍ଫ୍ୟୁ ବଳବତର ରହିବ । ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଘୋଷଣା ହୋଇଛି । ଏହି ସମୟରେ କିନ୍ତୁ ଅତ୍ୟାବଶ୍ୟକ ସେବା ଜାରି ରହିବ । ସର୍ବସାଧାରଣ ସ୍ଥାନରେ ୫ ଜଣରୁ ଅଧିକ ଲୋକଙ୍କ ସମାଗମ ହୋଇପାରିବ ନାହିଁ । ସେମିନାର, ୱାର୍କସପ, ସମ୍ମିଳନୀ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଧାର୍ମିକ କାର୍ଯ୍ୟକ୍ରମ, ବିବାହ ଭୋଜି ଉପରେ କଟକଣା ଲାଗୁ କରାଯାଇଛି ।

ବିବାହ ବରଯାତ୍ରୀ, ଅପେରା ଓ ରାଜନୈତିକ ରାଲି ହୋଇପାରିବ ନାହିଁ ବୋଲି ନବରଙ୍ଗପୁର ଜିଲ୍ଲା ପ୍ରଶାସନ କଡା ନିର୍ଦ୍ଦେଶ ଜାରି କରିଛି । କୌଣସି କଲ୍ୟାଣ ମଣ୍ଡପରେ ଭୋଜି କିମ୍ବା ଅନ୍ୟ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । ହୋଟେଲଗୁଡିକ କରୋନା ନିୟମ ପାଳନ କରିବେ । କରୋନାର କୌଣସି ଲକ୍ଷଣ ଦେଖାଦେଲେ ତୁରନ୍ତ ପ୍ରଶାସନ ତରଫରୁ ଜାରି ହୋଇଥିବା ହେଲପଲାଇନକୁ ଯୋଗାଯୋଗ କରିବାକୁ କୁହାଯାଇଛି । ଲୋକଙ୍କ ଉପରେ ସତର୍କ ନଜର ରଖିବାକୁ ଉପଜିଲ୍ଲାପାଳ , ତହସିଲଦାର, ବିଡିଓ ଓ ଥାନା ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାଛଡା କରୋନା ନେଇ ମିଛ ଖବର ଓ ଗୁଜବ ପ୍ରସାରଣକାରୀଙ୍କ ବିରୋଧରେ ବି କଡା ପଦକ୍ଷେପ ନିଆଯିବ ।