ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୫୦୦ କୋଟିର ସହାୟତା । ଓଡିଶା ଖଣି ନିଗମ ପକ୍ଷରୁ ୫୦୦ କୋଟିର ଚେକ୍ ପ୍ରଦାନ 

150

କନକ ବ୍ୟୁରୋ : କରୋନା ମୁକିବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୫୦୦ କୋଟି ଟଙ୍କାର ସହାୟତା ଦେଇଛି ଓଡିଶା ଖଣି ନିଗମ । ଲୋକସେବା ଭବନରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ୫୦୦ କୋଟି ଟଙ୍କାର ଚେକ୍ ଦେଇଛନ୍ତି ଓଡିଶା ଖଣି ନିଗମ ଚେୟାରମ୍ୟାନ ଆଇଏଏସ ସୁରେନ୍ଦ୍ର କୁମାର । ଏହି ସହାୟତା ରାଶି ଦେବା ବେଳେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂରେ ଉପସ୍ଥିତ ଥିଲେ ।

ସେହିପରି ଫାଇବ ଟି ସଚିବ ଭିକେ ପାଣ୍ଡିଆନ, ଓଏମସିର ପରିଚାଳନା ନିର୍ଦ୍ଦେଶକ ବଳବନ୍ତ ସିଂ ଏବଂ ଓଏମସିର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଜନସ୍ୱାର୍ଥ ସମ୍ବଳିତ କାର୍ଯ୍ୟରେ ରାଜ୍ୟ ସରକାରଙ୍କୁ ଏକ ଦାୟିତ୍ୱବାନ ସରକାରୀ ଉଦ୍ୟୋଗ ଭାବେ ସହାୟତା ଯୋଗାଇ ଆସୁଛି ଓଡିଶା ଖଣି ନିଗମ । ରାଜ୍ୟ ସରକାରଙ୍କୁ ୨୦୨୦-୨୧ ଆର୍ଥିକ ବର୍ଷରେ ଓଏମସି ୧୯୮୨ କୋଟି ୧୦ ଲକ୍ଷ ଟଙ୍କାର ଆର୍ଥିକ ସହୟାତା ଦେଇଛି । ଏହାଛଡା ରାଜ୍ୟର ୮ଟି ଜିଲ୍ଲାରେ ୧୦ଟି କୋଭିଡ ହସ୍ପିଟାଲ ପାଇଁ ଆର୍ଥିକ ଅନୁଦାନ ଯୋଗାଇଛି ।