କୋଭିଡ୍ ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମ୍ ରହିଛି

94

କନକ ବ୍ୟୁରୋ :  ରାଜ୍ୟରେ କୋଭିଡ଼ ସ୍ଥିତି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମ ରହିଛି । ଜେନେରାଲ ବେଡ଼ରେ ୯ପ୍ରତିଶତ, ଆଇସିୟୁ ବେଡ଼ରେ ୧୫ ପ୍ରତିଶତ, ଭେଣ୍ଟିଲେଟର ୫ରୁ ୬ ପ୍ରତିଶତ ଥିବା ବେଳେ ପେଡ଼୍ରିଆଟିକ ଆଡମିସନ ବହୁତ କମ ରହିଛି । ଏହି ଲହରରେ ହସ୍ପିଟାଲ ଆଡମିସନ ଓ ଅକ୍ସିଜେନ ଆବଶ୍ୟକତା କମ ରହିଛି ।

ବର୍ତ୍ତମାନ ରାଜ୍ୟରେ କିଛିଦିନ ହେବ ୧୦ରୁ ୧୧ହଜାର ଭିତରେ ଦୈନିକ ସଂକ୍ରମଣ ରହୁଛି । ସର୍ବନିମ୍ନ ୧୦ ରୁ ୧୫ ଦିନ ସମୟ ଦରକାର ଏହି ଟ୍ରଣ୍ଡ ବିଷୟରେ ଜାଣିବା ପାଇଁ । ଯେପର୍ଯ୍ୟନ୍ତ ଏ ଟ୍ରେଣ୍ଡ ବିଷୟରେ ନ ଜାଣିଛେ ତାହା ଆଗକୁ ବଢିବ ନା କମିବ କହିବା ଯୁକ୍ତିଯୁକ୍ତ ନୁହେଁ ।  ସିଡିସି ୧୫ ଦିନ ପୂର୍ବରୁ କହିଛନ୍ତି ଯେ ହୋମ ଆଇସୋଲେସନକୁ ୫ଦିନ କଲେ । କୌଣସି ଅସୁବିଧା ହେବ ନାହିଁ । ଜଳବାୟୁ, ଲୋକଙ୍କ ବ୍ୟବହାର, ଭିତ୍ତିଭୂମି ଦେଖି ଆମେ ସେସବୁକୁ ଲୋକ ଗ୍ରହଣ କରିନାହାଁନ୍ତି । ଅନ୍ୟଦେଶ ମଧ୍ୟ ଗ୍ରହଣ କରିନାହାଁନ୍ତି। ବୋଧହୁଏ ଆଗକୁ ଗ୍ରହଣ କରାଯାଇପାରେ । ବର୍ତ୍ତମାନ ଟାସ୍କଫୋର୍ସ ଯେଉଁ ସାତ ଦିନ ନିୟମ କରିଛନ୍ତି, ତା କୁ ମାନି ଚଳିବା ।