ମୋଟ ସଂକ୍ରମଣରେ ଚୀନକୁ ଟପିଲା ଓଡିଶା । ରାଜ୍ୟରେ ଗତ ୨୪ ଘଂଟାରେ ରେକର୍ଡ ସଂଖ୍ୟକ ୩,୩୭୧ ପଜିଟିଭ୍ । ଆଜି ସୁସ୍ଥରେ ବି ହେଲା ରେକର୍ଡ, ଦିନକରେ ୩,୩୪୩ ସୁସ୍ଥ ।

884

କନକ ବ୍ୟୁରୋ : ଆଜି କରୋନା ସଂକ୍ରମଣରେ ଚୀନକୁ ଟପି ଯାଇଛି ଓଡିଶା । ମୋଟ ସଂକ୍ରମଣ ସଂଖ୍ୟା ୮୭ ହଜାର ୬୦୨ ରହିଛି । ଆଜି ରେକର୍ଡ ସଂଖ୍ୟକ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରେକର୍ଡ ସଂଖ୍ୟକ ସୁ୍ସ୍ଥ ମଧ୍ୟ ହୋଇଛନ୍ତି । ଗତ ୨୪ ଘଂଟାରେ ୩ହଜାର ୩୭୧ ପଜିଟିଭ ଯୋଡି ହୋଇଛନ୍ତି । ତେବେ ଆଶ୍ୱସ୍ଥିର ବିଷୟ ହେଉଛି ଆଜି ଦିନକରେ ୩ହଜାର ୩୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଚୀନକୁ ଟପିଗଲା ଓଡ଼ିଶା । ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୭,୬୦୨କୁ ବୃଦ୍ଧି । ୨୪ ଘଂଟାରେ ନୂଆ ଆକ୍ରାନ୍ତଙ୍କ ନୂଆ ରେକର୍ଡ । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ ଦେଶରେ ଓଡ଼ିଶା ୭ ନମ୍ବର । ରାଜ୍ୟରେ ଉପରମୁହାଁ ରହିଛି କରୋନା ମିଟର । ନଜର ପକାନ୍ତୁ ଗତ ତିନି ଦିନରେ ରାଜ୍ୟରେ କେମିତି ବଢୁଛି କରୋନା ?

ଅଗଷ୍ଟ ୨୪ – ୨,୯୪୯ ନୂଆ ପଜିଟିଭ୍
ଅଗଷ୍ଟ ୨୫ – ୨,୭୫୨
ଆଉ ଅଗଷ୍ଟ ୨୬ରେ – ୩,୩୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଦେଖନ୍ତୁ ଗତ ୩ ଦିନରେ କେତେ ରୋଗୀ ସୁସ୍ଥ ହୋଇଛନ୍ତି ?

ଅଗଷ୍ଟ ୨୩ରେ – ୨,୧୨୯ ସୁସ୍ଥ
ଅଗଷ୍ଟ ୨୪ – ୨,୫୧୯
ଅଗଷ୍ଟ ୨୫ – ୨,୫୪୬
ଅଗଷ୍ଟ ୨୬ରେ – ୩,୩୪୩ ରେ ଜଣ ରୋଗୀ ଭଲ ହୋଇ ଘରକୁ ଫେରିଛନ୍ତି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭,୬୦୨ ରେ ପହଂଚିଛି । ଏମାନଙ୍କ ମଧ୍ୟରୁ ୬୨,୮୧୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ୨୪,୨୯୦ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

ସେହିପରି ଭାରତରେ ସୁସ୍ଥ ହାର – ୭୬.୩୦ ପ୍ରତିଶତ
ମୃତ୍ୟୁହାର – ୧.୮୪ ପ୍ରତିଶତ ରହିଥିବା
ଅନ୍ୟପଟେ ଓଡ଼ିଶାରେ ସୁସ୍ଥ ହାର – ୭୧.୭୦ ପ୍ରତିଶତ
ମୃତ୍ୟୁ ହାର – ମାତ୍ର ୦.୫ ପ୍ରତିଶତ ରହିଛି ।