ମେ ୩ ପରେ ରାଜ୍ୟ ବାହାରୁ ଫେରିବେ ଓଡ଼ିଆ । ଓଡ଼ିଶା ଫେରନ୍ତାଙ୍କ ପାଇଁ ଆଇଏଏସଙ୍କୁ ଜିଲ୍ଲା ଦାୟିତ୍ୱ । ପଢ଼ନ୍ତୁ କେଉଁ ଜିଲ୍ଲା ପାଇଁ କେଉଁ ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ…

3,744

କନକ ବ୍ୟୁରୋ: କରୋନାର ଚତୁର୍ଥ ପର୍ଯ୍ୟାୟ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ପ୍ରଥମ ପର୍ଯ୍ୟାୟରେ ବିଦେଶ ଫେରନ୍ତାଙ୍କ ଉପରେ ନଜର ରହିଥିଲା, ଦ୍ୱିତୀୟ ପର୍ଯ୍ୟାୟରେ ନିଜାମମୁଦ୍ଦିନ ଲିଙ୍କ ଉପରେ ରହିଥିଲା ନଜର । ତୃତୀୟ ପର୍ଯ୍ୟାୟରେ କୋଲକାତା ତଥା ରାଜ୍ୟ ବାହାରୁ ଫେରିଥିବା ଲୋକଙ୍କ ଉପରେ ଦୃଷ୍ଟି ଦିଆଯାଉଥିବାବେଳେ ଚତୁର୍ଥ ପର୍ଯ୍ୟାୟରେ ବାହାର ରାଜ୍ୟରୁ ଫେରିବାକୁ ଥିବା ଶ୍ରମିକଙ୍କ ଉପରେ ରହିବ ନଜର । ଏନେଇ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ପଢ଼ନ୍ତୁ କେଉଁ ଜିଲ୍ଲା ପାଇଁ କେଉଁ ଅଧିକାରୀଙ୍କୁ ଦୟିତ୍ୱ ନ୍ୟସ୍ତ କଲେ ସରକାର ।

ପୂର୍ତ୍ତ ସଚିବ କ୍ରିଷନ କୁମାରଙ୍କୁ ତାଲାମନ୍ଦ ଫେରିବାକୁ ଥିବା ଓଡିଆଙ୍କର ପଞ୍ଜିକରଣ ଦାୟିତ୍ୱ ଦିଆଯାଇଥିବାବେଳେ ଅନୁ ଗର୍ଗ ଓ ଏନ ତିରୂମାଲା ନାୟକଙ୍କୁ ଭୁବନେଶ୍ୱର ସହର, ମଧୁସୂଧନ ପାଢ଼ୀ ଓ ରତ୍ନାକର ରାଉତଙ୍କୁ ବାଲେଶ୍ୱର, ଭଦ୍ରକର ଦାୟୀତ୍ୱ ଦିଆଯାଇଛି । ସୌରଭ ଗର୍ଗ ଓ ସୁଶାନ୍ତ ମହାପାତ୍ରଙ୍କୁ କଟକ, ସୁରେନ୍ଦ୍ର କୁମାର ଓ ଶ୍ରୀକାନ୍ତ ପୃ୍ଷ୍ଟିଙ୍କୁ ମୟୂରଭଞ୍ଜ ଓ କେନ୍ଦୁଝର ଦାୟୀତ୍ୱ ଦିଆଯାଇଛି ।

ଅନ୍ୟପଟେ ଜି. ମାଥିଭାଥନନ୍ ଓ କ୍ରୀଷନ କୁମାରଙ୍କୁ ଗଞ୍ଜାମ ଓ ଗଜପତି ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ହେମନ୍ତ ଶର୍ମା ଓ ସୁରେଶ ଚନ୍ଦ୍ର ଦଳାଇଙ୍କୁ ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡା ଦାୟୀତ୍ୱ ଦିଆଯାଇଛି । ବିଷ୍ଣୁପଦ ସେଠୀ ଓ ଗୋପବନ୍ଧୁ ଶତପଥୀଙ୍କୁ ଅନୁଗୁଳ, ଦେବଗଡ ଓ ଢ଼େଙ୍କାନାଳ ଦାୟୀତ୍ୱ ଦିଆଯାଇଛି ।