କନକ ବ୍ୟୁରୋ: ରଜ ବଜାରରେ ମାର୍କେଟରେ ଭିଡ଼ ଯୋଗୁଁ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ସିଲ୍ । ପ୍ରବଳ ଭିଡ଼ ଯୋଗୁଁ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ସିଲ୍ କଲା ଭୁବନେଶ୍ୱର ମହାନଗର ନିଗମ । ଆସନ୍ତାକାଲି ଓ ପରଦନି ସଟଡାଉନ ଥିବାରୁ ଆଜି ବଜାରରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । କରୋନା କଟକଣା ନମାନି ଲୋକ ବଜାରରେ ଗହଳି କରିଥିବା ଦେଖିବାକୁ ମିଳିଥିଲା ।
ଏପରିକି ସମାଜିକ ଦୂରତାକୁ କେହି ମାନୁନଥିବା ମଧ୍ୟ ପରିଲିଖିତ ହୋଇଥିଲା । ଭୁବନେଶ୍ୱର ମାର୍କେଟ ବିଲଣ୍ଡିଂରୁ ଆଜି ସକାଳୁ ସକାଳୁ ଏଭଳି ଦୃଶ୍ୟ ଆସୁଥିବାରୁ ବିଏମସି ମୁଣ୍ଡବ୍ୟଥା ହୋଇଥିଲା । ତେବେ ମାର୍କେଟ ବିଲଣ୍ଡିଂରେ ପ୍ରବଳ ଗହଳି ପରେ ଏନଫୋର୍ସ ଟିମ୍ ପହଂଚି ସ୍ଥିିତି ପରଖିଥିଲେ । ଭୁବନେଶ୍ୱର ମହାନଗର ନିଗମର ଡେପ୍ୟୁଟି କମିଶନର ପ୍ରବଳ ଭିଡ଼ ଯୋଗୁଁ ମାର୍କେଟ୍ ବିଲ୍ଡିଂକୁ ସିଲ୍ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/47.jpg)