କାଳିଆକୁ ଦେଖିବା ପାଇଁ କଟକଣା କୋହଳ: ୨୧ରୁ ହଟିବ କୋଭିଡ୍ ରିପୋର୍ଟ କଟକଣା ; ୮ଟା ପରିବର୍ତ୍ତେ ସକାଳ ୭ଟାରୁ ଦର୍ଶନ କରିବେ ଶ୍ରଦ୍ଧାଳୁ

Advertisment
କାଳିଆକୁ ଦେଖିବା ପାଇଁ କଟକଣା କୋହଳ: ୨୧ରୁ ହଟିବ କୋଭିଡ୍ ରିପୋର୍ଟ କଟକଣା ; ୮ଟା ପରିବର୍ତ୍ତେ ସକାଳ ୭ଟାରୁ ଦର୍ଶନ କରିବେ ଶ୍ରଦ୍ଧାଳୁ

କନକ ବ୍ୟୁରୋ: କୋହଳ ହେଲା କାଳିଆ ଦର୍ଶନ କଟକଣା । । ଏଥିପାଇଁ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଲୋଚନା ଆରମ୍ଭ ହୋଇଛି । ଦର୍ଶନ ବ୍ୟବସ୍ଥା ସଂପର୍କରେ ପୁଂଖାନୁପୁଂଖ ଆଲୋଚନ ହୋଇଛି । ଜାନୁୟାରୀ ୨୧ରୁ ମନ୍ଦିରରେ ଜଗା ଦର୍ଶନ ପାଈଁ କରୋନା ରିପୋର୍ଟ ଆବଶ୍ୟକ ନାହିଁ ।

ବିଶେଷ କରି ସାଧାରଣ ଭକ୍ତି କିଭଳି ସୁବିଧାରେ ଦର୍ଶନ ପାଇ ପାରିବେ ତାହା ଏହି ବୈଠକରେ ଫୋକସରେ ରହିବ । କୋଭିଡ଼ ରିପୋର୍ଟ ପାଇଁ ଅର୍ଥ ଯୋଗାଡ଼ କରିପାରୁନଥିବା ଭକ୍ତ ଯେଭଳି ସୁବିଧା ଦର୍ଶନ କରି ଫେରିବେ, ତାହା ଉପରେ ପୁଂଖାନୁପୁଂଖ ଆଲୋଚନା ହେବ ।

ଦୀର୍ଘ ୯ ମାସ ପରେ ଡ଼ିସେମ୍ବର ୨୩ ତାରିଖରୁ ଶ୍ରମନ୍ଦିର ଖୋଲିଛି । କରୋନା କଟକଣା ଭିତିରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁା କୋଭିଡ଼ ରିପୋର୍ଟର କଟକଣା ଭକ୍ତ ଓ ଭଗବାନଙ୍କ ଭିତରେ ପାଚେରୀ ଠିଆ କରିଛି । ଦର୍ଶନ ପାଇଁ ଲାଗିଥିବା ବ୍ୟାରିକେଟ ଅପେକ୍ଷା ବାହାରେ ପ୍ରବଳ ଭିଡ଼ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe