ରାଜ୍ୟରେ ୧୪ ଦିନିଆ ଲକଡାଉନର ପ୍ରଭାବ : ବଢ଼ୁଛି ଟେଷ୍ଟିଂ କମୁଛି ସଂକ୍ରମଣ; ଆଉ ୧୪ ଦିନ ଲକଡାଉନ ଘୋଷଣା ନେଇ ବଢ଼ିଲା ଚର୍ଚ୍ଚା

1,268

କନକ ବ୍ୟୁରୋ : ରାଜ୍ୟରେ ଆହୁରି ୧୪ ଦିନ ବଢିପାରେ ଲକଡାଉନ୍ । ସହରାଂଚଳରେ ଜାରି ହୋଇଥିବା ୧୪ ଦିନିଆ ଲକଡାଉନ କଟକଣା ୧୯ ତାରିଖରେ ଶେଷ ହେଉଥିବାବେଳେ ସରକାର ଏହାକୁ ପୁଣି ୧୪ ଦିନ ବଢାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି । ଏଥର କଟକଣାକୁ ଅଧିକ କଡାକଡି କରାଯାଇପାରେ ।

ଅନୁମାନ କରାଯାଉଛି, ଅତ୍ୟାବଶ୍ୟକ ସାମଗ୍ରୀର କାରବାର ପାଇଁ ବର୍ତ୍ତମାନ ସକାଳ ୬ଟାରୁ ୧୨ଟା ଯାଏଁ ଅନୁମତି ଦିଆଯାଇଥିବାବେଳେ ଏହି ସମୟ ଅବଧିକୁ କମାଇ ଦେଇପାରନ୍ତି ସରକାର । ସେହିପରି ଗ୍ରାମାଂଚଳକୁ କରୋନା ବ୍ୟାପିବାରେ ଲାଗିଥିବାରୁ ଲକଡାଉନ କଟକଣା ଗାଁରେ ମଧ୍ୟ ଲାଗିପାରେ ବୋଲି ଅନୁମାନ କରାଯାଉଛି । ମେ’ ୫ରୁ ରାଜ୍ୟର ସହରାଂଚଳରେ ଲକଡାଉନ କଟକଣା ଲଗାଯିବା ପରେ ସଂକ୍ରମଣ ପ୍ଲାଟ୍ୟୁ ସ୍ଥିତିରେ ରହିଛି । ତେଣୁ ଲକଡାଉନକୁ ବଢାଇ ସରକାର କରୋନାକୁ ନିୟନ୍ତ୍ରଣକୁ ଆଣିବା ଲାଗି ପ୍ରୟାସ କରିପାରନ୍ତି ।

ଗତକାଲି ସର୍ବଦଳୀୟ ବୈଠକରେ ମଧ୍ୟ ବିରୋଧୀ ଦଳଗୁଡିକ ଲକଡାଉନ ବୃଦ୍ଧି ସପକ୍ଷରେ ମତ ରଖିଥିଲେ । ଲକଡାଉନକୁ ବଢାଇ ଟେଷ୍ଟିଂ ଓ ଟ୍ରିଟମେଂଟକୁ ଜୋରଦାର କରିବା ପାଇଁ ବିରୋଧୀ ଦାବି କରୁଛନ୍ତି । କାରଣ ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ଭିତିଭୂମି ଦୁର୍ବଳ ଥିବାରୁ ଗାଁରେ କରୋନା ନିୟନ୍ତ୍ରଣ ବାହାରକୁ ଚାଲିଗଲେ ପରିସ୍ଥିତି ଭୟାବହ ହୋଇପଡିବ ।