ଆଜିଠୁ ବୁର୍ଲା ଭିମସାରେ ପୁଲ ଟେଷ୍ଟିଂ ଆରମ୍ଭ : ସମୀକ୍ଷା ପରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସୂଚନା; ଦୈନିକ ୯୦ ଜଣଙ୍କ ହେବ ନମୁନା ପରୀକ୍ଷା

Advertisment
ଆଜିଠୁ ବୁର୍ଲା ଭିମସାରେ ପୁଲ ଟେଷ୍ଟିଂ ଆରମ୍ଭ : ସମୀକ୍ଷା ପରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସୂଚନା; ଦୈନିକ ୯୦ ଜଣଙ୍କ ହେବ ନମୁନା ପରୀକ୍ଷା

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ଆଜିଠୁ ବୁର୍ଲା ଭିମସାରେ ହେବ ପୁଲ ଟେଷ୍ଟ । ବୁର୍ଲା ବଡ ମେଡିକାଲରେ ସ୍ଥିତିର ସମୀକ୍ଷା କରିବା ପରେ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟୃମନ୍ତ୍ରୀ ନବ ଦାସ । ଦୁଇଟି ସିଫ୍ଟ ପରେ ପ୍ରତିଦିନ ୯୦ ଜଣଙ୍କ ନମୁନା ପରୀକ୍ଷା ହେବ ବୋଲି ସେ ସୂଚନା ଦେଇଛନ୍ତି । ଏଥିପାଇଁ ରାଉରକେଲା ଏନଆଇଟିରୁ ୨ଟି ପିସିଆର ମେସିନ୍ ମଗାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ଆର୍‌ଟିପିସିଆର୍‌ କୋଭିଡ୍‌ ରକ୍ତ ପରୀକ୍ଷାର ତଦାରଖ କରିବା ପାଇଁ ସରକାରଙ୍କ ପକ୍ଷରୁ କଟକ ଏସ୍‌ସିବିରୁ ପ୍ରଫେସର ଦେବୀପ୍ରସାଦ ମିଶ୍ରଙ୍କୁ ଭିମ୍‌ସାରକୁ ପଠାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଆଣ୍ଟିଜେନ୍‌ ପରୀକ୍ଷା କରାଯିବ ଓ ଖୁବ୍‌ଶୀଘ୍ର କିଭଳି ଆଣ୍ଟିବଡ଼ି ଏବଂ ରିପେଡ୍‌ ଟେଷ୍ଟ ହେବ ସେନେଇ ସରକାର ବ୍ୟବସ୍ଥା କରୁଥିବା ଜଣାପଡ଼ିଛି।

ଏନେଇ ଶନିବାର ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଭିମ୍‌ସାର ଗସ୍ତ କରିବା ସହ କିଭଳି କୋଭିଡ୍‌ ପରୀକ୍ଷାକୁ ତ୍ବରାନ୍ବିତ କରାଯିବ ଓ ସମ୍ବଲପୁର କୋଭିଡ୍‌ ହସ୍ପିଟାଲ କିଭଳି କାର୍ଯ୍ୟକ୍ଷମ ହେବ ସେନେଇ ସମୀକ୍ଷା କରିଛନ୍ତି। ସମ୍ବଲପୁର ଜିଲ୍ଲାପାଳ ଶୁଭମ୍‌ ସକ୍‌ସେନା ଭିମ୍‌ସାରରେ ପହଞ୍ଚି କୋଭିଡ୍‌ ହସ୍ପିଟାଲ ଓ ପରୀକ୍ଷା କେନ୍ଦ୍ର ପାଇଁ କଣ କଣ ପଦକ୍ଷେପ ନିଆଯାଇଛି ସେନେଇ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସଙ୍କ ସହ ଆଲୋଚନା କରିଥି‌ଲେ। ଭିମ୍‌ସାର କୋଭିଡ୍‌-୧୯ ପରୀକ୍ଷାଗାରରେ ପ୍ରଥମ ପର୍ଯ୍ୟାୟରେ ଦିନକୁ ୯୦ଟି ନମୁନା ପରୀକ୍ଷା ହେବାର କ୍ଷମତା ରହିଥିବା ସମୟରେ ଖୁବ୍‌ ଶୀଘ୍ର ଏନ୍‌ଆଇଟି ରାଉରକେଲାରୁ ଆଉ ୨ଟି ଆର୍‌ଟିପିସିଆର୍‌ ମେସିନ୍‌ ଆସିଲେ ଅଧିକ ସଂଖ୍ୟକ ନମୁନା ପରୀକ୍ଷା ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe