ପାର୍ବଣ ଭିଡ ଉପରେ ସ୍ୱତନ୍ତ୍ର ନଜର ରଖିବ ସ୍ୱାସ୍ଥ୍ୟ ବିଭାଗ । ଭିଡ ଜମିଲେ ବଢିପାରେ ସଂକ୍ରମଣ

29

କନକ ବ୍ୟୁରୋ : ପାର୍ବଣ ଭିଡ଼ ଉପରେ ସ୍ୱତନ୍ତ୍ର ନଜର ରଖିବ ସ୍ୱାସ୍ଥ୍ୟ ବିଭାଗ । ଭିଡ଼ ଜମାଇଲେ ବଢିପାରେ କରୋନା ସଂକ୍ରମଣ । ତେଣୁ ପୂର୍ବ ଗାଇଡ଼ଲାଇନ୍କୁ କଡ଼ାକଡ଼ି ପାଳନ କରିବା ପାଇଁ ଗୃହ ବିଭାଗ ଗୁରୁତ୍ୱ ଦେଇଛି । ବିଶେଷ କରି ସପିଂ ସମୟରେ ଭିଡ଼କୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ର ନଜର ରହିବ ।

ଏହାଛଡ଼ା ଯେଉଁ ଅଞ୍ଚଳରେ ସଂକ୍ରମଣ ବଢ଼ିବ ସେଠାରେ ପୁଣି କଣ୍ଟେନମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ କରାଯିବ। ଏବେ ଦୈନିକ ଟେଷ୍ଟିଂ ୬୦ ରୁ ୭୦ ହଜାର କରାଯାଉଛି । ତାହା ଜାରି ରହିବ । କଟକ ଓ ଭୁବନେଶ୍ୱରରେ ସଂକ୍ରମଣ କମିଥିଲେ ମଧ୍ୟ ଭୟ ରହୁଛି । ତେଣୁ ଏଠାକାର ଲୋକମାନେ ଅଧିକ ସତର୍କ ଓ ସଚେତନ ରହିବା ଆବଶ୍ୟକ । ଆଇସିଏମଆର ଓ ନିତି ଆୟୋଗ ଏ ନେଇ ପୂର୍ବରୁ ସତର୍କ କରାଇଛନ୍ତି। ତେଣୁ ଆମେ ତାହାକୁ ଗୁରୁତ୍ୱ ଦେଉଛୁ ।