କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲାରେ ଚିନ୍ତା ବଢାଉଛନ୍ତି ଶିଳ୍ପସଂସ୍ଥା । ମଙ୍ଗଳବାର ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୫୪ରେ ପହଁଚିଗଲାଣି । ମଙ୍ଗଳବାର ଚିହ୍ନଟ ହୋଇଥିବା ୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ଶିଳ୍ପସଂସ୍ଥା ଅଂଚଳରୁ । ଯେଉଁଥିରେ ୨ ଜଣ ମହିଳା ଅଛନ୍ତି । ପୂର୍ବରୁ ଶିଳ୍ପ ସଂସ୍ଥା ଗୁଡିକରେ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାରେ ଶିଳ୍ପ ସଂସ୍ଥା ବନ୍ଦ କରିଦେବାକୁ ଦାବି ଉଠିଥିଲା । ଏହା ମଧ୍ୟରେ ଦିନକୁ ଦିନ ଶିଳ୍ପ ସଂସ୍ଥା ଗୁଡିକରେ ହିଁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଶିଳ୍ପ ସଂସ୍ଥା ଗୁଡିକରେ କରୋନା କଟକଣାକୁ ସଠିକ୍ ଭାବେ ପାଳନ କରାଯାଉନଥିବା ଅଭିଯୋଗ ହୋଇଛି । ଆଗକୁ ଏହି ଶିଳ୍ପ ସଂସ୍ଥା ଗୁଡିକୁ ପୁରା ସଟଡାଉନ୍ କରାନଗଲେ ଜିଲ୍ଲାରେ ସ୍ଥିତି ଅତି ଜଟିଳ ହେବ ବୋଲି ଅଭିଯୋଗ ହୋଇଛି ।

Advertisment