କନକ ବ୍ୟୁରୋ : କରୋନାର ଆର୍ ଭାଲ୍ୟୁ କମୁଛି । ଦେଶରେ କରୋନା ସଂକ୍ରମଣର ଭୟାବହତା ଭିତରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । କରୋନା ସଂକ୍ରମଣ କେତେ ଶୀଘ୍ର ବ୍ୟାପୁଛି ତାହା ଆର ଭାଲ୍ୟୁରୁ ସ୍ପଷ୍ଟ ହୋଇଥାଏ । ଏପରି ସ୍ଥିତି ଏବେ ଜାନୁଆରୀ ୭ରୁ ୧୩ ମଧ୍ୟରେ ଆର ଭାଲ୍ୟୁ ୨.୨କୁ ଖସିଛି । କିନ୍ତୁ ବିଗତ ଦୁଇ ସପ୍ତାହ ପୂର୍ବରୁ ଏହି ଆର ଭାଲ୍ୟୁ ଅଧିକ ରହିଥିଲା । ଏ ନେଇ ସୂଚନା ଦେଇଛି ଆଇଆଇଟି ମାଡ୍ରାସ । କରୋନାର ହଟସ୍ପଟ ପାଲଟିିଥିବା ମୁମ୍ବାଇର ଆର ଭାଲ୍ୟୁ ୧.୩ ଥିଲା ।

Advertisment

ସେହିପରି ଦିଲ୍ଲୀରେ ୨.୫, ଚେନ୍ନାଇରେ ୨.୪ ଏବଂ କୋଲକାତାରେ ୧.୬ ଥିଲା ବୋଲି ଆଇଆଇଟି ମାଡ୍ରାସର ଗଣିତଜ୍ଞ ପ୍ରଫେସର ନିଲେଶ ଏସ ଉପାଧ୍ୟାୟ ଏବଂ ପ୍ରଫେସର ଏସ ସୁନ୍ଦର ଏହି ସୂଚନା ଦେଇଛି । ଏହି ଆର ଭାଲ୍ୟୁ ଡିସେମ୍ବର ୨୫ରୁ ୩୧ ମଧ୍ୟରେ ୨.୯ ଥିଲା । ସେହିପରି ଜାନୁଆରୀ ୧ରୁ ୬ ମଧ୍ୟରେ ଏହି ଆର ଭାଲ୍ୟୁ ୪ ଥିଲା । ଆର ଭାଲ୍ୟୁ ଦ୍ୱାରା ଜଣାପଡେ ଜଣେ ସଂକ୍ରମିତଙ୍କ ପାଖରୁ କେତେ ଜଣଙ୍କୁ ଏହି ଅଦୃଶ୍ୟ ଭୂତାଣୁ ବ୍ୟାପୁଛି । ଯଦି ଆର ଭାଲ୍ୟୁ ୧ ତଳେ ରହିବ ତାହେଲେ ପାଣ୍ଡେମେକି ଏଣ୍ଡେମିକ୍ ମୁହାଁ ବୋଲି କୁହାଯାଏ ।