କନକ ବ୍ୟୁରୋ : ଗତ ୨୪ ଘଂଟାରେ ଦେଶରେ ୧୨,୮୮୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୪୬୧ ଜଣ ଲୋକ କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି । ଗତକାଲି ଠାରୁ ଆଜିର ସଂକ୍ରମଣ ହାର ୮ ପ୍ରତିଶତ ଅଧିକ ରହିଛି । ସେପଟେ କରୋନା କରୋନା ସଂକ୍ରମଣ ହ୍ରାସ କରିବାକୁ ଟିକାକରଣ ଉପରେ କେନ୍ଦ୍ର ସରକାର ଫୋକସ ଦେଇଛନ୍ତି ।

Advertisment

ଏହି ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୪୩,୨୧,୦୨୫ ଏତିକିରେ ପହଂଚିଛନ୍ତି । ଏହାସହ ଗତକାଲି କରୋନାରେ ମୃତ୍ୟୁ ହୋଇଥିବା ୪୬୧ ଜଣଙ୍କୁ ମିଶାଇ ଦେଶରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୪,୫୯,୬୫୨ କୁ ବୃଦ୍ଧି ପାଇଛି ।

ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୫,୦୫୪ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୩,୩୭,୧୨,୭୯୪। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧,୪୮,୫୭୯।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୦୭,୬୩,୧୪,୪୪୦ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଆଯାଇଛି ୩୦,୯୦,୯୨୦ ଡୋଜ୍‌ ଟିକା।