ଦେଶରେ ବଢୁଛି ଦୈନିକ କରୋନା ସଂକ୍ରମଣ । ୨୪ ଘଂଟାରେ ୪୪,୨୩୦ ସଂକ୍ରମିତ,୫୫୫ ଜଣଙ୍କ ମୃତ୍ୟୁ

79

କନକ ବ୍ୟୁରୋ : ଦେଶରେ ପୁଣିଥରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୪୪,୨୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୫୫୫ ଜଣ ଲୋକ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୧୫,୭୨,୩୪୪ କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସୂଚନା ମୁତାବକ ଏବେ ୪,୦୫,୧୫୫ ଆକ୍ଟିଭ୍ କେସ ରହିଛି । ଅନ୍ୟପଟେ ୩,୦୭,୪୩,୯୭୨ ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଏହାସହ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୪,୨୩,୨୧୭ ରେ ପହଂଚିଛି । ଅନ୍ୟପଟେ କରୋନା ବିରୋଧୀ ଲଢେଇରେ ଚାଲିଥିବା ଟିକାକରଣ ଅଭିଯାନରେ ଗତ ୨୪ ଘଂଟାରେ ୫୧,୮୩,୧୮୦ ଲୋକଙ୍କୁ ଟିକା ଦିଆଯାଇଛି ।

ଅନ୍ୟପଟେ କେରଳରେ ବଢୁଥିବା କରୋନା ଭୂତାଣୁ ସଂକ୍ରମଣ ଏବେ ସାରା ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । ଗତ ୨୪ ଘଂଟାରେ କେରଳରେ ୨୨ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସପ୍ତାହନ୍ତ ଲକଡାଉନ ଘୋଷଣା କରିଛନ୍ତି । ଏହାସହ କାହିଁକି ସଂକ୍ରମଣ ବଢୁଛି ସେନେଇ କେନ୍ଦ୍ରୀୟ ଟିମ୍ ଯାଂଚ ଆରମ୍ଭ କରିଛନ୍ତି ।