ଟିକା ନେବା କେତେ ଜରୁରୀ ? ଟିକା ନେବା ପରେ ଅଧିକ ସଂକ୍ରମିତ ହେଉନାହିଁ ଫୁସ୍ଫୁସ୍; ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞ ଦେଖାଇଲେ ଚିତ୍ର

3,801

କନକ ବ୍ୟୁରୋ : ଟିକା ନେବା କେତେ ଜରୁରୀ ? ଏବେ ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଟିକା ନେବା ପାଇଁ ପଛଘୁଞ୍ଚା ଦେଉଛନ୍ତି । ଏମିତି କି କିଛି ଲୋକ ଅଛନ୍ତି ଯେଉଁମାନେ କହୁଛନ୍ତି, ଟିକା ନେବା ପରେ ବି ଲୋକ ସଂକ୍ରମଣ ହେଉଛନ୍ତି, ତ କାହିଁକି କି ଟିକା ନେବେ ? ଏଭଳି ଚିନ୍ତା କରୁଥିବା ଲୋକଙ୍କ ପାଇଁ ଏହି ଖବରଟି ବେଶ ଗୁରୁତ୍ୱପୂର୍ଣ୍ଣ । ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞ ଫହୀମ୍ ୟୁନୁସ ଦୁଇଟି ଚିତ୍ର ଜରିଆରେ ବୁଝାଇବାକୁ ଚେଷ୍ଟା କରିଛନ୍ତି ।

ଯେଉଁମାନେ ଟିକା ନେଇଛନ୍ତି ସେମାନେ କରୋନାରେ ସଂକ୍ରମିତ ହେବା ପରେ ତାଙ୍କ ଫୁସଫୁସ୍ ଅଧିକ ସଂକ୍ରମିତ ହେଉନାହିଁ । ଆଉ ଯେଉଁମାନେ ଟିକା ନେଇ ନାହାଁନ୍ତି, ସେମାନଙ୍କ ଫୁସଫୁସ ପ୍ରତି ଅଧିକ ବିପଦ ରହିଛି । ଟୁଇଟ୍ କରି ଫୁସଫୁସର ଦୁଇଟି ତୁଳନାତ୍ମକ ଚିତ୍ର ରଖିଛନ୍ତି ଡାକ୍ତର ଫହୀମ୍ ୟୁନୁସ୍ । ଫହୀମ୍ ହେଉଛନ୍ତି ଆମେରିକାର ମେରିଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଜଣେ ଜଣାଶୁଣା ସ୍ୱାସ୍ଥ୍ୟ ବିଶେଷଜ୍ଞ ।