ରାଜ୍ୟରେ ସମାନ୍ତରାଳ ସ୍ଥିତିରେ କରୋନା ସଂକ୍ରମଣ : ଡିଏମଇଟି କହିଲେ, ଭୟଭୀତ ହେବାର ଆବଶ୍ୟକ ନାହିଁ; ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ

121

କନକ ବ୍ୟୁରୋ : ରାଜ୍ୟରେ ପ୍ଲାଟ୍ୟୁ ସ୍ଥିତି ରହୁଛି ସଂକ୍ରମଣ । ଅର୍ଥାତ୍ ସମାନ୍ତରାଳ ଭଳି ସ୍ଥିତି ରହିଛି । କେତେବେଳେ ଅପ୍ କେତେବେଳେ ଡ଼ାଉନ୍ ସ୍ଥିତିରେ ମଧ୍ୟ ରହୁଛି । ଗତକାଲି ୮ହଜାର ହୋଇଥିଲା । ଆଜି ଏହା ୭ହଜାର ପାଖାପାଖି ରହିଛି । ସେଥିପାଇଁ କୌଣସି ଭୟଭୀତ ହେବାର ନାହିଁ । ଅନ୍ୟପଟେ ଅନ୍ୟ ରାଜ୍ୟ ତୁଳନାରେ ମୃତ୍ୟୁ ସଂଖ୍ୟା କମ୍ ରହୁଛି । କରୋନା ହୋଇ ଅନ୍ୟ ରୋଗ ଯୋଗୁଁ ଲୋକଙ୍କର ମୃତ୍ୟୁ ହେଉଛି । ଯେ କୌଣସି ସ୍ଥିତି ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରସ୍ତୁତ ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି ।

ସେପଟେ, ରାଜ୍ୟରେ ୨୪ଘଂଟା ଭିତରେ ୬,୯୯୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୪ହଜାର ୫୪ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨ହଜାର ୯୪୪ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୫୧୭, ସୁନ୍ଦରଗଡ଼ରୁ ୪୭୪, ନୂଆପଡ଼ାରୁ ୪୨୦, ଝାରସୁଗୁଡ଼ାରୁ ୩୯୬, କଳାହାଣ୍ଡିରୁ ୨୯୨, ମୟୁରଭଂଜରୁ ୩୦୮,ନବରଙ୍ଗପୁରରୁ ୨୫୫, ସମ୍ବଲପୁରରୁ ୩୨୩, ବରଗଡ଼ରୁ ୩୩୦ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କରୋନା କାରଣରୁ ୨୪ଘଂଟା ଭିତରେ ୧୨ଜଣଙ୍କର ମୃତ୍ୟୁ ହୋଇଛି । ୨୪ଘଂଟା ଭିତରେ ୪୪ହଜାର ୬୪ଟି ନମୁନା ପରୀକ୍ଷା କରାଯାଇଛି । ସେପଟେ ରାଜ୍ୟରେ ଏକ କୋଟି ଟପିଛି କରୋନା ଟେଷ୍ଟିଂ ସଂଖ୍ୟା ।