କରୋନା ଚେନ୍ ଭାଙ୍ଗିବା ପାଇଁ ଗଞ୍ଜାମରେ ଜୋରଦାର ପ୍ରସ୍ତୁତି : ଜିଲ୍ଳା ପ୍ରଶାସନ ପକ୍ଷରୁ ପ୍ରତି ଘରେ ଆରମ୍ଭ ହୋଇଛି କରୋନା ଯାଂଚ

168

କନକ ବ୍ୟୁରୋ : କରୋନାର ପ୍ରଥମ ଲହରରେ ଗଞ୍ଜାମ ଜିଲ୍ଲାକୁ ବହୁ ସଂଖ୍ୟାରେ ପ୍ରବାସୀ ଫେରିଥିଲେ । ପରବର୍ତ୍ତୀ ସମୟରେ ସେମାନେ ପୁଣି ରୋଜଗାର ଲାଗି ରାଜ୍ୟ ବାହାରକୁ ଚାଲି ଯାଇଥିଲେ । କିନ୍ତୁ ଏବେ ସେସବୁ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଲକଡାଉନ, ନାଇଟକର୍ଫ୍ୟୁ ଭଳି କଡା କଟକଣା ଲାଗୁ ହୋଇଛି । ତେଣୁ ପ୍ରବାସୀ ଶ୍ରମିକମାନେ ଗାଁକୁ ଫେରିବା ଆରମ୍ଭ କରିଛନ୍ତି । ଏଭଳି ସମୟରେ ଗଞ୍ଜାମ ଜିଲ୍ଳା ପ୍ରଶାସନ ପକ୍ଷରୁ ପ୍ରତି ଘରେ କରୋନା ଯାଂଚ ଆରମ୍ଭ ହୋଇଛି । ପୋଲସରା ଅଂଚଳରେ ଅତିରିକ୍ତ ବିଡିଓ, ଜିପିଓ, ଆଶାକର୍ମୀ , ଅଙ୍ଗନୱାଡି କର୍ମୀ, ଏଏନଏମ ମିଶି ଯାଂଚ କରୁଛନ୍ତି ।