କରୋନାକୁ ଦୃଷ୍ଟିରେ ରଖି ସୁରଟରେ ଆଜିଠାରୁ ଲାଗୁ ହେବ ୧୪୪ ଧାରା : ଏକାଠି ହୋଇପାରିବେ ନାହିଁ ୪ରୁ ଅଧିକ ଲୋକ

ଅନ୍ତିମ ସଂସ୍କାର ଓ ବିବାହ ଉତ୍ସବ ହେବ କଟକଣା ମୁକ୍ତ, ନିୟମ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ

177

କନକ ବ୍ୟୁରୋ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ସୁରଟରେ ୧୪୪ ଧାରା ଜାରି କରାଯାଇଛି । ଆଜିଠାରୁ ଏପ୍ରିଲ ୧୫ ଯାଏଁ ଏହି କଟକଣା ବଳବତର ରହିବ । ଏହି ସମୟ ମଧ୍ୟରେ ୪ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ଏହାଛଡା ର୍ୟାଲି ଓ ଶୋଭାଯାତ୍ରା ଉପରେ ବି କଟକଣା ଜାରି କରାଯାଇଛି । ତେବେ ଅନ୍ତିମ ସଂସ୍କାର ଓ ବିବାହ ଉତ୍ସବକୁ ଏହି କଟକଣାରୁ ବାଦ୍ ଦିଆଯାଇଛି । ଆଦେଶର ଉଲ୍ଲଙ୍ଘନ କଲେ କଡା କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗୁଜୁରାଟରେ କରୋନା ମାମଲା ମଧ୍ୟରୁ ଅଧା କେବଳ ସୁରଟରୁ ଆସୁଛି । ତେଣୁ ଏଠାରେ ଏଭଳି ପଦକ୍ଷେପ ନେଇଛି ପ୍ରଶାସନ । ସୁରଟରେ ଗତ ୨୪ ଘଂଟା ମଧ୍ୟରେ ୬୧୧ ନୂଆ ସଂକ୍ରମଣ ହୋଇଥିବାବେଳେ ୨ଜଣ ପ୍ରାଣ ହରାଇଛନ୍ତି । ସୁରଟ୍ ସହ ପ୍ରବାସୀ ଓଡ଼ିଆଙ୍କ ସିଧାସଳଖ ସମ୍ପର୍କ ରହିଛି । କାରଣ ସୁରଟ ସହରରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଲକ୍ଷ ଲକ୍ଷ ଲୋକ ସେଠି କାମ କରୁଛନ୍ତି । ଆଉ ଗତବର୍ଷ ଯେତେବେଳେ ଗୁଜରାଟରେ ସଂକ୍ରମଣ ବଢ଼ିଥିଲା ପ୍ରାୟ ୪ ଲକ୍ଷ ଲୋକ ଗୁଜରାଟରୁ ଆସିଥିଲେ ।