ଛତିଶଗଡରୁ ଆସିଲା ଅଭାବନୀୟ ଚିତ୍ର : ଅଳିଆ ଫିଙ୍ଗା ଡଷ୍ଟବିନରେ ମୃତଦେହ ଫୋପାଡି ଥିବା ଅଭିଯୋଗ

252

କନକ ବ୍ୟୁରୋ : ଗତବର୍ଷ ଯେତେବେଳେ କରୋନାର ସଂକ୍ରମଣ ବଢିଚାଲିଲା, ଆଉ କରୋନା ଜନିତ ମୃତ୍ୟୁ ଉପର ମୁହାଁ ହେଉଥିଲା ଠିକ୍ ଏହିଭଳି ଚିତ୍ର ସବୁ ଦେଶର ବିଭିନ୍ନ ଭାଗରୁ ଆସିଥିଲା । ଏବେ ଏହି ଚିତ୍ରର ଆସିଛି ଛତିଶଗଡରୁ । କରୋନାରେ ମୃତ ବ୍ୟକ୍ତିଙ୍କ ଶବ ରହିଛି । ପାଖରେ ଏକ ଅଳିଆ ଫିଙ୍ଗା ଡମ୍ପର ବି ଅଛି । ଚର୍ଚ୍ଚା ହେଉଛି ଏହି ଦୃଶ୍ୟ ଗତକାଲିର । ୪ଜଣ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହେବା ପରେ ମୃତଦେହକୁ ଏହି ଅଳିଆ ଫିଙ୍ଗା ଡମ୍ପରରେ ନେଇ ଫୋପାଡି ଥିବା ଅଭିଯୋଗ ହୋଇଛି ।