ଦେଶରେ କାୟା ମେଲାଉଛି ‘କରୋନା’ । ଭାରତରେ ୩୯୬କୁ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା । ସେପଟେ କରୋନା ବିରୋଧରେ ଏକଜୁଟ୍ ହେଲେ ଦେଶର ୨୨ ରାଜ୍ୟର ପ୍ରାୟ ୮୦ ସହର

Advertisment
ରାଜସ୍ଥାନରେ ବି ଆଜିଠୁ ମାର୍ଚ୍ଚ ୩୧ ଯାଏଁ ଲକଡାଉନ୍: ଜାରି ରହିବ ଅତିଆବଶ୍ୟକ ସେବା; କରୋନା ମୁକାବିଲା ପାଇଁ ସୀମା ସିଲ କଲେ ୪ରାଜ୍ୟ

କନକ ବ୍ୟୁରୋ: ଭାରତରେ କାୟା ମେଲାଉଛି ‘କରୋନା’ ଭୂତାଣୁ । ଏହା ମଧ୍ୟରେ ଦେଶରେ କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ୩୯୬ରେ ପହଁଚିଲାଣି । ଭାରତୀୟ ମେଡିକାଲ କାଉନସିଲ୍ ରିସର୍ଚ ରିପୋର୍ଟରୁ ଏହା ଜଣାପଡିଛି । ରିପୋର୍ଟ ଅନୁସାରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୭ ରହିଛି । ବର୍ତମାନ ସୁଦ୍ଧା ୧୮ ହଜାର ୧୨୭ ଜଣଙ୍କ ନମୂନା ଯାଂଚ କରାଯାଇଛି । ଯାହା ମଧ୍ୟରୁ ୩୯୬ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । କରୋନା ମୁକାବିଲା ପାଇଁ ଦେଶର ୨୨ଟି ରାଜ୍ୟର ପ୍ରାୟ ୮୦ଟି ଜିଲ୍ଲାରେ ଲାଗୁ ହୋଇଛି ଲକଡାଉନ । ଏହା ମଧ୍ୟରେ ରହିଛି ଦିଲ୍ଲୀ, ଲକ୍ଷ୍ନୌ, ଆଗ୍ରା, ଦେହରାଦୁନ, କୋଲକାତା, ହାଇଦ୍ରାବାଦ, ଚେନ୍ନାଇ, ଜୟପୁର, ପୁଣେ, ନାଗପୁର, ମୁମ୍ୱାଇ, ରାୟପୁର, ଅହମ୍ମଦାବାଦ ପରି ସହର ରହିଛି ଏହି ଲକଡାଉନ ତାଲିକାରେ ।ସାମାଜିକ ଦୂରତା ବଜାୟ ରଖି କରୋନା ମୁକାବିଲା କରିବାକୁ ଏପରି କଠୋର ନିଷ୍ପତି ନିଆଯାଇଛି । ଏଥିପାଇଁ ବିଭିନ୍ନ ରାଜ୍ୟର ନାଗରିକଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି ରାଜ୍ୟ ସରକାରମାନେ ।

ସେହିପରି ବିଶ୍ୱରେ କରୋନା ସଂକ୍ରମଣ ଏବେ ୧୮୮ଟି ଦେଶକୁ ବ୍ୟାପିଲାଣି । ଏହା ମଧ୍ୟରେ ରହିଛି ୫ଟି ଦେଶ ଯେଉଁଠାରେ କରୋନା ସ୍ଥିତି ଚିନ୍ତା ଜନକ । ଚୀନ, ଇଟାଲି, ଆମେରିକା , ସ୍ପେନ୍ ଓ ଜର୍ମାନୀ ରେ ଏପରି ସ୍ଥିତି ରହିଛି । ଏହା ମଧ୍ୟରେ ୩ ଲକ୍ଷ ୩୨ ହଜାର ୧୩୪ ଜଣ କରୋନା ଆକ୍ରାନ୍ତ ବିଶ୍ୱରେ ଚିହ୍ନଟ ହୋଇଛନ୍ତି । କରୋନା ମୃତ୍ୟୁ ସଂଖ୍ୟା ବିଶ୍ୱରେ ୧୪ ହଜାର ୪୩୬କୁ ବୃଦ୍ଧି ହୋଇଛି । ସେହିପରି ଚିକିତ୍ସା ପରେ ବିଶ୍ୱରେ ୯୬ ହଜାର ୯୫୮ ଜଣ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ଇଟାଲିରେ କରୋନା ଭୂତାଣୁ ସ୍ଥିତି ରହିଛି ସବୁଠାରୁ ଅଧିକ ସଂବେଦନଶୀଳ ରହିଛି । କାରଣ ଏଠାରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ।

ରବିବାର ଗୋଟିଏ ଦିନରେ ଇଟାଲିରେ ୬୫୧ ଜଣଙ୍କ ମୃତ୍ୟୁ ହୋଇଛି । ଯାହାକି ବର୍ତ୍ତମାନ ସୁଦ୍ଧା ବିଶ୍ୱରେ କୌଣସି ଦେଶରେ ଗୋଟିଏ ଦିନରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ସର୍ବାଧିକ । ଏହାକୁ ମିଶାଇ ଇଟାଲିରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ହଜାର ୫ ଶହ ଅତିକ୍ରମ କରିଛି । ଇଟାଲିରେ ଏବେ ସ୍ଥିତି ଏପରି ଯେ ଶବ ଦାହ କରିବାକୁ ସ୍ଥାନ ଅଭାବ ପଡିଲାଣି । ତେଣୁ କରୋନାରେ ମୃତ୍ୟୁ ପରେ ଇଟାଲିରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାନଯାଇ ସେନାକୁ ହସ୍ତାନ୍ତର କରାଯାଉଛି । ସେହିପରି ଦକ୍ଷିଣ କୋରିଆରେ ଗୋଟିଏ ଦିନରେ ୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫ୍ରାନ୍ସରେ ରବିବାର ଗୋଟିଏ ଦିନରେ ୧୧୨ ଜଣଙ୍କ ମୃତ୍ୟୁ ହୋଇଛି କରୋନାରେ । ପାକିସ୍ତାନରେ କରୋନା ଆକ୍ରାନ୍ତ ସଂଖ୍ୟା ୬୪୫ ପହଁଚିବା ପରେ ଅନେକ ସହରକୁ ଲକଡାଉନ୍ କରିଛନ୍ତି ପାକିସ୍ତାନ ସରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe