କନକ ବ୍ୟୁରୋ : କୋର୍ବେଭାକ୍ସ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ବିଶେଷଜ୍ଞ କମିଟିର ସୁପାରିଶ । ଖୁବ୍ ଶୀଘ୍ର ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ ଟିକାକରଣ କରାଯାଇପାରେ । ଆସନ୍ତା କିଛି ସପ୍ତାହ ମଧ୍ୟରେ ଡିସିଜିଆଇ ଏହାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିପାରେ । ଏହାରି ଭିତରେ ଆଜି କେନ୍ଦ୍ର ସରକାର ଗ୍ରହଣ କରିବେ କୋର୍ବେଭାକ୍ସର ୩ କୋଟି ଡୋଜ୍ । ବାୟୋଲୋଜିକାଲ ଇ ଦ୍ୱାରା ପ୍ରସ୍ତୁତ ୫ କୋଟି କୋର୍ବେଭାକ୍ସ ଟିକାର ଅର୍ଡର କରିଛନ୍ତି କେନ୍ଦ୍ର ସରକାର ।

Advertisment

ଏହି ଟିକାର ଦୁଇଟି ଡୋଜ ରହିଥିବା ବେଳେ ୨୮ ଦିନ ବ୍ୟବଧାନରେ ଦ୍ୱତୀୟ ଟିକା ଦିଆଯିବ ବୋଲି ସୂଚନା ମିଳିଛି । ଗୋଟିଏ ଡୋଜ ଟିକାକୁ ୧୪୫ ଟଙ୍କା ପଡୁଥିବା ବେଳେ ଜୁନ ୨୦୨୧ରେ ଭାରତ ୧୫ ଶହ କୋଟି ଟଙ୍କାରେ ଟିକା ପାଇଁ ଅର୍ଡର କରିଥିଲ । ଏହି ଟିକା ଫେବୃୃଆରୀ ଶେଷ ସୁଦ୍ଧା ଆସିବ ବୋଲି ସୂଚନା ମିଳିଛି । ଟିକାକରଣକୁ ଅଧିକ ବ୍ୟାପକ କରିବ ପାଇଁ ୧୫ ବର୍ଷରୁ କମ ବୟସ୍କଙ୍କ ଟିକାକରଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଏବେ ୧୫ ବର୍ଷରୁ ଅଧିକ ବୟସ୍କ ପିଲାଙ୍କୁ କରୋନା ଟିକା ଦିଆଯାଉଛି ।