କରୋନା ପାଇଁ ବନ୍ଦ ହେଲା ଜନଗଣନା : ଦୁଇ ବର୍ଷ ତଳେ ଗଣନା ପାଇଁ ଜାରି ହୋଇଥିଲା ଇସ୍ତାହାର

ନୀତୀଶ କହିଲେ ଆଗାମୀ ଦିନରେ ଜାତିଗତ ଜନଗଣନା ପାଇଁ ଡାକିବେ ସର୍ବଦଳୀୟ ବୈଠକ

130

କନକ ବ୍ୟୁରୋ : ଚଳିତ ବର୍ଷ ହେବାକୁ ଥିବା ଜନଗଣନା ସ୍ଥଗିତ ରହିଛି । ସଂସଦରେ ସରକାର ଏହି ସୂଚନା ଦେଇଛନ୍ତି । କରୋନା ମହାମାରୀ ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ୨୦୨୧ ମସିହାରେ ଜନଗଣନା କରିବା ନେଇ ଭାରତର ସରକାରୀ ଇସ୍ତାହାର ପତ୍ରରେ ୨ ବର୍ଷ ତଳେ ସୂଚିତ କରି ଥଲେ । ଆଉ କେନ୍ଦ୍ର ସରକାରଙ୍କ ତରଫରୁ ଜନଗଣନା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ପୁଣିଥରେ କରୋନାର ଓମିକ୍ରନ ଭ୍ୟାରିଆଂଟକୁ ଆଖି ଆଗରେ ରଖି ଜନଗଣନାକୁ ବନ୍ଦ ରଖାଯାଇଛି ।

ଭାରତରେ ପ୍ରତି ଦଶ ବର୍ଷରେ ଥରେ ଜନଗଣନା କରାଯାଏ । ତେବେ ଆଗକୁ କରୋନାର ପ୍ରକୋପ ବଢିବାର ଆଶଙ୍କା ଥିବାବେଳେ ଜନଗଣନା ନେଇ ଏବେ ଅନିଶ୍ଚିଚିତତା ଦେଖାଦେଇଛି । ସବୁଠାରୁ ବଡ କଥା ହେଲା ସରକାରଙ୍କ ଏପରି ନିଷ୍ପତ୍ତି ସେତେବେଳେ ଆସିଛି ଯେତେବେଳେ ଜାତି ଆଧାରରେ ଜନଗଣନା ପାଇଁ ଦାବି ହେଉଥିଲା । ବିରୋଧୀ ଦଳ ସମେତ ଏନଡିଏର ଅଂଶୀଦାର ଦଳ ଜେଡିୟୁ ମଧ୍ୟ ଏହି ଦାବି କରୁଥିଲ।। ଯାହାକୁ ନେଇ ସରକାର ଦୋଛକିରେ ଥିଲେ । ଅନ୍ୟପଟେ ମଙ୍ଗଳବାର ପାଟନାରେ ନୀତୀଶ କୁମାର କହିଛନ୍ତି ଜାତିଗତ ଜନଗଣନା ପାଇଁ ସେ ସର୍ବଦଳୀୟ ବୈଠକ ଡାକିବେ ।