ଦେଶରେ ୧୩ ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା : ୨୪ ଘଣ୍ଟାରେ ୩୦୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ୪୧୩ ରେ ପହଂଚିଛି । 

351

ଦେଶରେ ୧୩ ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା । ଭାରତରେ ୧୩ ହଜାର ୨୫୪ କୁ ବୃଦ୍ଧି ହେଲା କରୋନା ମୃତ୍ୟୁ । ଏଥିରୁ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧୦ ହଜାର ୪୬୧ ଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧,୬୯,୪୫୧ ରହିଛି । କରୋନା କବଳରୁ ସୁସ୍ଥ ହୋଇ ଘରକୁ ଫେରିଲେଣି ୨,୨୭,୭୫୬ ଜଣ । ଭୁତାଣୁରେ ମହାରାଷ୍ଟ୍ରରେ ସର୍ବାଧିକ ୫ ହଜାର ୯୮୪ ଜଣଙ୍କ ମୃତ୍ୟୁ ହେଲାଣି । କରୋନା ଭୁତାଣୁରେ ୨୪ ଘଣ୍ଟାରେ ୩୦୬ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ୪୧୩ ହୋଇଛି । ଦିଲ୍ଲୀରେ ୨୧୧୨ ,ଗୁଜରାଟ ୧୬୩୮ ,ତାମିଲନାଡୁ ୭୦୪,ପଶ୍ଚିମବଙ୍ଗ ୫୪୦, ଉତ୍ତରପ୍ରଦେଶ ୫୦୭,ମଧ୍ୟପ୍ରଦେଶରେ ୫୦୧ ଜଣଙ୍କ ମୃତ୍ୟୁ ଘଟିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।