କନକ ବ୍ୟୁରୋ : ଦେଶରେ କରୋନାର ଦୈନିକ ସଂକ୍ରମଣ ୫ ହଜାର ଟପିଛି । ଗତ ୨୪ ଘଣ୍ଟାରେ ୫ ହଜାର ୩୩୫ କରୋନା ପଜିଟିଭ୍ ସାମ୍ନାକୁ ଆସିଛି । ଗତକାଲି ତୁଳନାରେ ସଂକ୍ରମଣ ୨୦ ପ୍ରତିଶତ ବୃଦ୍ଧି ହୋଇଛି । ୨୪ ଘଣ୍ଟାରେ ଆସିଥିବା ସଂକ୍ରମଣ ଗତ ୬ ମାସରେ ସବୁଠୁ ଅଧିକ ।

Advertisment

ସେହିପରି ଦିନକରେ କରୋନାରେ ୬ ଜଣଙ୍କ ଜୀବନ ଯାଇଛି । ଏବେ ଦେଶରେ ସକ୍ରିୟ ମାମଲା ୨୫ ହଜାର ୫୮୭କୁ ବୃଦ୍ଧି ପାଇଛି । ଦିଲ୍ଲୀ, ମହାରାଷ୍ଟ୍ର, ହରିୟାଣା, ତାମିଲନାଡୁ, ହିମାଚଳପ୍ରଦେଶ, ଉତ୍ତରପ୍ରଦେଶ ଓ କର୍ଣ୍ଣାଟକରେ ଅଧିକ ମାମଲା ଦେଖିବାକୁ ମିଳିଛି । ଗତକାଲି ୪ ହଜାର ୪୩୫ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।