ଚିନ୍ତା ବଢାଉଛି କରୋନା: ୨୪ ଘଂଟାରେ ୯୦୯ ଜଣ ନୂଆ ଆକ୍ରାନ୍ତଙ୍କ ସହ ୩୪ ମୃତ; ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩୫୬କୁ ବୃଦ୍ଧି: ୨୭୩ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

440

କନକ ବ୍ୟୁରୋ: ଗତ ୨୪ ଘଂଟାରେ ଦେଶରେ ୯୦୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୮ ହଜାର ୩୫୬ରେ ପହଁଚିଛି । ମୃତକଙ୍କ ସଂଖ୍ୟା ୨୭୩ ଛୁଇଁଛି । ବଡ କଥା ହେଲା କି, ଗତ ୨୪ ଘଂଟାରେ ୩୪ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୭୧୬ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ନେଆ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଦେଶରେ ମହାରାଷ୍ଟ୍ରରେ ସର୍ବାଧିକ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ୧ ହଜାର ୭୬୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୨୭ ଜଣଙ୍କର ମୃତ୍ୟୁ ଘଟିଛି । ମହାରାଷ୍ଟ୍ର ପରେ ତାମିଲନାଡୁରେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାମିଲନାଡୁରେ ଆକ୍ରାନ୍ତ ସଂଖ୍ୟା ୯୬୯ , ୧୦ ମୃତ୍ୟୁ ହୋଇଛି । ସେହିପରି ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୯ , ମୃତ୍ୟୁ ସଂଖ୍ୟା ୧୯ରେ ପହଂଚିଛି । ରାଜସ୍ଥାନରେ ୭୦୦ ଆକ୍ରାନ୍ତ, ୩ ଜଣଙ୍କ ମୃତ୍ୟୁ,ତେଲେଙ୍ଗାନାରେ ୫୦୪ ଜଣ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ୯, ମଧ୍ୟପ୍ରଦେଶରେ ୫୩୨ ଜଣ ଆକ୍ରାନ୍ତ, ୩୬ ମୃତ ଏବଂ ଉତରପ୍ରଦେଶରେ ୪୫୨ ଆକ୍ରାନ୍ତ , ୫ ଜଣଙ୍କ ମୃତ୍ୟୁ ହୋଇଥିବା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଅନୁସାରେ

• ବିଶ୍ୱରେ କରୋନା ଆକ୍ରାନ୍ତ ସଂଖ୍ୟା ୧୬ ଲକ୍ଷ ୧୪ ହଜାର ୯୫୧ କୁ ବୃଦ୍ଧି ହୋଇଛି

• ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୯ ହଜାର ୮୮୭କୁ ବୃଦ୍ଧି ହୋଇଛି

• ହୁ ର ତଥ୍ୟ ଅନୁଯାୟୀ ଆକ୍ରାନ୍ତ ସଂଖ୍ୟାରେ ସବୁଠୁ ଆଗରେ ରହିଛି ଆମେରିକା

• ମୃତ୍ୟୁ ସଂଖ୍ୟାରେ ଆଗରେ ରହିଛି ଇଟାଲି

• ଆମେରିକାରେ ୪ ଲକ୍ଷ ୬୧ ହଜାର ୨୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

• ଆମେରିକାରେ ମୃତ୍ୟୁ ସଂଖ୍ୟା ୧୬ ହଜାର ୫୯୬ କୁ ବଢି ଯାଇଛି

• ସ୍ପେନରେ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୫୭ ହଜାର ୨୨ ରହିଛି

• ସ୍ପେନରେ ମୃତ୍ୟୁ ସଂଖ୍ୟା ୧୫ ହଜାର ୮୪୩ ରହିଛି

• ଇଟାଲୀରେ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୪୭ ହଜାର ୫୭୭ ,

• ଇଟାଲିରେ ମୃତ୍ୟୁ ସଂଖ୍ୟା ୧୮ ହଜାର ୮୫୧ ରହିଛି

• ଜର୍ମାନୀରେ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୧୭ ହଜାର ୬୫୮

• ଜର୍ମାନୀରେ ମୃତ୍ୟୁ ସଂଖ୍ୟା ୨ ହଜାର ୫୪୪ ରହିଛି

• ଫ୍ରାନ୍ସରେ କରୋନା ଆକ୍ରାନ୍ତ ସଂଖ୍ୟା ୮୯ ହଜାର ୬୮୩ ରହିଛି

• ମୃତ୍ୟୁ ସଂଖ୍ୟା ୧୩ ହଜାର ୧୭୯ କୁ ବୃଦ୍ଧି ହୋଇଛି ।