୮ହଜାର ୪ଶହ ଟପିଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ମୃତ୍ୟୁ ସଂଖ୍ୟା ୨୭୩ରେ ପହଞ୍ଚିଲା; ଦିନକ ଭିତରେ ଦେଶରେ ସଂକ୍ରମିତ ହେଲେ ୯ଶହରୁ ଅଧିକ

ସୁସ୍ଥ ହେଲେଣି ୭୬୫ ଜଣ

512

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ଉଦବେଗଜନକ ଭାବେ ବଢୁଛି । ମାର୍ଚ୍ଚ ୨୯ରେ ଭାରତରେ ୯୭୯ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଏବେ ପିଜିଟିଭ ଚିହ୍ନଟଙ୍କ ସଂଖ୍ୟା ହୋଇଛି ୮ ହଜାର ୪୪୭ । ବର୍ତମାନ ସୁଦ୍ଧା ୭୬୫ ଜଣ ସୁସ୍ଥ ହୋଇଥିବାବେଳେ ପ୍ରାଣ ହରାଇଛନ୍ତି ୨୭୩ । ଦିଲ୍ଲୀ, ପଞ୍ଜାବ, ମହାରାଷ୍ଟ୍ର, ଗୁଜରାଟ ଓ ତାମିଲନାଡୁରେ ସ୍ଥିତି ସଙ୍ଗୀନ ହୋଇଛି । ଦିଲ୍ଲୀ ଓ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ଏକହଜାର ଟପିଛି । ମହାରାଷ୍ଟ୍ରରେ ବର୍ତମାନ ସୁଦ୍ଧା ୧୨୭ ଜଣ ପ୍ରାଣ ହରାଇଲେଣି । ସେହିଭଳି ଗୁଜରାଟରେ ୨୨, ମଧ୍ୟପ୍ରଦେଶରେ ୩୬ , ପଞ୍ଜାବରେ ୧୧ ଓ ତାମିଲନାଡୁରେ ୧୦ ଜଣ ପ୍ରାଣ ହରାଇଲେଣି ଏହାକୁ ଆଖିରେ ରଖି ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସରକାର କୋଭିଡ୧୯ ହସ୍ପିଟାଲ ଓ ଆଇସୋଲେସନ ବ୍ୟାଡର ବ୍ୟବସ୍ଥା କରିଛନ୍ତି ।

ଦେଶରେ ୬୦୧ଟି କୋଭିଡ୧୯ ହସ୍ପିଟାଲରେ ୧ଲକ୍ଷ ୫ ହଜାର ଶଯ୍ୟାର ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଲବ କୁମାର ଅଗ୍ରୱାଲ । ସେହିପରି ଗତ ୨୪ ଘଂଟାରେ ୩୪ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ୯୦୯ ଜଣ ନୂଆ ମାମଲା ସାମ୍ନାକୁ ଆସିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୩୫୬ରେ ପହଂଚିଛି । ୭୧୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶର ଦୈନିକ ୧୫ ହଜାରରୁ ଅଧିକ ପରୀକ୍ଷା କରାଯାଉଛି । ୧ଲ କ୍ଷ ୮୬ ହଜାର ୯୦୬ ନମୁନା ପରୀକ୍ଷା କରାଯାଇଛି । ଯେଉଁଥିରୁ ମାତ୍ର ୪ ଦଶମିକ ୫ ପ୍ରତିଶତ ପଜିଟିଭ ଆସିଛି ବୋଲି ସୂଚନା ଦେଇଛନ୍ତି ଲବ ଅଗ୍ରୱାଲ ।