କନକ ବ୍ୟୁରୋ : ଆଜି ପୁଣି ଓଡିଶାର ସଂକ୍ରମଣ ହାର ଖସିଛି । ୮ ଦଶମିକ ୫ରେ ପହଂଚିଛି ସଂକ୍ରମଣହାର । ଏହି ତଥ୍ୟ ଦର୍ଶାଉଛି, ସଂକ୍ରମଣ ଲଗାତାର ଭାବେ କମି ଚାଲିଛି । ଗତ ୨୪ ଘଂଟାରେ ୫ ହଜାର ୮୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଦେଶରେ ୬୩ ଦିନ ପରେ ଲକ୍ଷେ ତଳେ ରହିଛି ଦୈନିକ ସଂକ୍ରମଣ । ଗୋଟିଏ ଦିନରେ ୮୬ ହଜାର ୪୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ହଜାର ୧୨୩ ଜଣଙ୍କ ମୃତ୍ୟୁ ହୋଇଛି ।
କରୋନା ସଂକ୍ରମଣର ତାଜା ସ୍ଥିତିକୁ ସୂଚାଉଥିବା ଓଡ଼ିଶାର ଏହି ମାନଚିତ୍ର ହୁଏତ ସମସ୍ତଙ୍କୁ ଆଶ୍ୱସ୍ତ କରିବ ନିଶ୍ଚୟ । କାରଣ ରାଜ୍ୟରେ ସଂକ୍ରମଣ ହାର ୮.୫୬%କୁ ଖସି ଆସିଛି । ଅନୁଗୁଳ, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଦେବଗଡ଼, ଯାଜପୁର ଝାରସୁଗୁଡ଼ା, କଳହାଣ୍ଡି ଆଦି ଜିଲ୍ଲାରେ ଆଜି ସଂକ୍ରମଣ ହାର ତଳମୁହାଁ ହୋଇଛି । କିନ୍ତୁ ଖୋର୍ଦ୍ଧା, ନୟାଗଡ଼, ନବରଙ୍ଗପୁର, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲାରେ କାଲି ତୁଳନାରେ ଆଜି ସଂକ୍ରମଣ ହାର ବଢ଼ିଛି ।
ରାଜ୍ୟରେ ସଂକ୍ରମଣର ହାର କମୁଛି ସତ, କିନ୍ତୁ ମୃତ୍ୟୁ ସଂଖ୍ୟା ଚିନ୍ତା ବଢ଼ାଇଛି । ଗୋଟିଏ ଦିନରେ ସର୍ବାଧିକ ୪୫ ଜଣଙ୍କ ମୃତ୍ୟୁ ହୋଇଛି । ଚଳିତ ମାସର ପ୍ରଥମ ଆଠ ଦିନରେ ୬୦, ୧୧୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ୍ ୩୨୬ ଜଣଙ୍କ ମୃତ୍ୟୁ ହୋଇଛି । ଆଉ ଏସବୁ ଭିତରେ ୭ରୁ ୮ଦିନ ଭିତରେ ଓଡ଼ିଶା ଏକ ଭଲ ସ୍ଥିତିକୁ ପହଂଚିବାର ସମ୍ଭାବନା ରହିଛି ।
ଏପଟେ ଦେଶର କରୋନା ସ୍ଥିତି ସୁଧୁରିବାରେ ଲାଗିଛି । ୬୩ ଦିନ ପରେ ଦେଶରେ ଲକ୍ଷେ ତଳେ ରହିଛି ଦୈନିକ ସଂକ୍ରମଣ । ଗତ ୨୪ ଘଂଟାରେ ୮୬ ହଜାର ୪୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ ପିିଜିଟିଭି ହାର ବି କମିଛି ।
ତାରିଖ ସଂକ୍ରମଣ ସଂକ୍ରମଣ ହାର
୦୪-୦୬-୨୧ ୧, ୩୨, ୩୫୪ ୬.୩୭%
୦୫-୦୬-୨୧ ୧, ୨୦, ୫୨୯ ୫.୭୮%
୦୬-୦୬-୨୧ ୧, ୧୪, ୪୬୦ ୫.୬୨%
୦୭-୦୬-୨୧ ୧, ୦୦୬୩୬ ୬.୩୩%
୦୮-୦୬-୨୧ ୮୬, ୪୯୮ ୪.୬୧%