କନକ ବ୍ୟୁରୋ : ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶ୍ୱରେ ସଂକ୍ରମିତଙ୍କ ସଂଖ୍ୟା ୩୦ କୋଟି ପାର କଲାଣି । ଜନ୍ ହପକିନ୍ସ ୟୁନିଭରସିଟିର ସୂଚନା ଅନୁସାରେ ଗୁରୁବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ କୋଟି ଟପି ଯାଇଛି । ଏବେ ପଜିଟିଭ୍ ସଂଖ୍ୟା ୩୦ କୋଟି ୮୬ ହଜାରରୁ ଅଧିକ ହେଲାଣି । ବିଶ୍ୱରେ ପ୍ରଥମ ୧୦ କୋଟି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିବା ପାଇଁ ବର୍ଷେରୁ ଅଧିକ ସମୟ ଲାଗିଥିଲା ।

Advertisment

ଆଉ ୧୦ କୋଟି ପାଇଁ ୬ ମାସ ସମୟ ଲାଗିଲା । ହେଲେ ପରବର୍ତୀ ୧୦ କୋଟି ବହୁତ୍ କମ୍ ସମୟରେ ହୋଇଥିଲା । ମାତ୍ର ୫ ମାସରେ ୧୦ କୋଟି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆମେରିକା, ଅଷ୍ଟ୍ରେଲିଆ, ଫ୍ରାନ୍ସ ଆଦି ଦେଶରେ ରେକର୍ଡ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଅନେକ କରୋନା ଟିକା ନେଇନଥିବାରୁ ନୂଆ ଭାରିଆଂଟ ସେମାନଙ୍କୁ ସଂକ୍ରମିତ କରିଛି । ତେବେ ବିଶେଷଜ୍ଞଙ୍କ ମତରେ ଏବେ ସଂକ୍ରମିତଙ୍କ ସଂଖ୍ୟା ଉପରେ ଧ୍ୟାନ ଦେବା ବନ୍ଦ କରିବାର ଆବଶ୍ୟକତା ରହିଛି ।