ଅନଲକ୍ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା : କହିଲେ, କିଛି ଜିଲ୍ଲାରେ କମୁଛି ସଂକ୍ରମଣ ହାର; ୧୭ ପରେ କଣ ହେବ ? ଖୁବ୍ ଶୀଘ୍ର ନିଆଯିବ ନିଷ୍ପତ୍ତି

433

କନକ ବ୍ୟୁରୋ : ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଏଥରକ ଧିରେ ଧିରେ ଅନଲକ୍ ଆମ ପାଇଁ ଭଲ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅନ୍ୟ ରାଜ୍ୟମାନେ ଏହି ପନ୍ଥା ଅବଲମ୍ବନ କରିଛନ୍ତି । କିଛି କଟକଣା କୋହଳ ହେବ । କିଛି କଟକଣା ପୂର୍ବ ପରି ବଳବତର ରହିବ । ଅନଲକ୍ ପାଇଁ ସରକାର ସବୁ ଦିଗରୁ ବିଚାର ବିମର୍ଶ କରି ନିଷ୍ପତ୍ତି ନେଉଛନ୍ତି । ସମସ୍ତ ଜିଲ୍ଲା ଗୁଡ଼ିକୁ ତିନୋଟି ଜେନରେ ବିଭକ୍ତ କରାଯାଇ ଆମେ ସ୍ଥିତି ଉପରେ ନଜର ରଖିଛୁ ।

୧୭ ପରେ କ’ଣ ହେବ ସେ ନେଇ ଖୁବ୍ ଶିଘ୍ର ବୈଠକ ଡ଼ାକି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । କଟକ, ଅନୁଗୁଳ, ଖୋର୍ଦ୍ଧା, ଯାଜପୁର ଭଳି କିଛି ଜିଲ୍ଲାରେ ଏବେ ସଂକ୍ରମଣ ହାର କମୁଛି । ମୃତ୍ୟୁ ସଂଖ୍ୟା ବଢିବାର ଦୁଇଟି କାରଣ ରହିଛି । ପୂର୍ବ କେସ ଲୋଡ଼ ଏବଂ ବର୍ତମାନ କିଛି ଲୋକ ଗୁରୁତର ଥିବା ଯୋଗୁଁ ମୃତ୍ୟୁ ସଂଖ୍ୟା ବଢୁଛି ବୋଲି କହିଛନ୍ତି ବିଜୟ ମହାପାତ୍ର ।