ମହାମାୟାଙ୍କ ମଣ୍ଡପରେ ମହାମାରୀ ବାର୍ତ୍ତା: ଦେବୀ ଦୁର୍ଗାଙ୍କ ପୂଜା ମଣ୍ଡପରେ କରୋନା ସଚେତନତା; ଦେବତାଙ୍କ ମୁହଁରେ ମାସ୍କ ଆଉ ହାତରେ ସାନିଟାଇଜର: ମହାବେଦୀରେ କରୋନା ରୂପୀ ମହିଷାସୁରକୁ ବଧ କଲେ ଦେବୀ ଦୁର୍ଗା

103

କନକ ବ୍ୟୁରୋ: ପୂଜା ମଣ୍ଡପରେ ମହାନବମୀ ନୀତି ଅନୁଷ୍ଠିତ ହେଉଛି । ମା ମହାମାୟାଙ୍କର ଧରାବତରଣ ସହରଠାରୁ ଆରମ୍ଭ କରି ଗ୍ରାମାଂଚଳ ପର୍ଯ୍ୟନ୍ତ ହୋଇପଡ଼ିଛ ଉତ୍ସବ ମୁଖର । ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହି ସମୟରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ନାଇଗୁଆଁ ଗାଁରେ ଦୁର୍ଗାପୂଜା କମିଟି ପକ୍ଷରୁ ଭିନ୍ନ ପ୍ରୟାଶ କରାଯାଇଛି । ପୂଜା ମଣ୍ଡପରେ ମହିଷାସୁରକୁ କରୋନା ରାକ୍ଷାଶର ରୂପ ଦିଆଯାଇଛି । ଏହି ମହିଷାସୁରକୁ ବଦ୍ଧ କରୁଛନ୍ତି ମା ଦୁର୍ଗା । ପାଶ୍ୱର୍ ଦେବତା ଭାବରେ ଗଣେଷ ଓ କାର୍ତିକଙ୍କୁ ମୁହଁରେ ମାସ୍କ ପିନ୍ଧାଯାଇଛି ଏପରିକି ସେମାନଙ୍କ ହାତରେ ସାନି ଟାଇଜ ଧରିଥିବା ଦେଖିବାକୁ ମିଳିଛି । ଏହା ଦ୍ୱାରା ସମାଜକୁ ସଚେତନତା ବାର୍ତା ଦିଆଯାଇଥିବା ପୂଜା କମିଟି ସଦସ୍ୟମାନେ କହିଛନ୍ତି ।

ଧରାପୃଷ୍ଠରେ ଅବତରଣ କରିଛନ୍ତି ମହିସାମର୍ଦ୍ଦିନୀ । ମହାବେଦୀରେ ମହାମାୟାଙ୍କ ପୂଜା କରାଯାଇଛି । ଆଜି ପୀଠରେ ଦଶମୀ ପୂଜା କରାଯାଉଥିବା ବେଳେ ମଣ୍ଡପରେ ମୃଣମୟୀ ମୂର୍ତୀଙ୍କ ମହାନବମୀ ନୀତି ଅନୁଷ୍ଠିତ ହୋଇଛି । ତେବେ କରୋନା କଟକଣା ପାଇଁ ଫିକା ପଡିଛି ଚଳିତ ବର୍ଷର ଦୁର୍ଗାପୂଜା । ବିନା ଭକ୍ତରେ ପରଦା ପଛରେ ସଂପନ୍ନ ହେଉଛି ପୂଜା ନୀତି । ମଣ୍ଡପରେ ମାତ୍ର ୭ ଜଣ ରହିବା ବ୍ୟବସ୍ଥା ରହିଥିବାରୁ ଆୟୋଜନକ କମିଟିର ସମସ୍ତ ସଦସ୍ୟ ମଧ୍ୟ ମଣ୍ଡପ ପାଖରେ ରହି ପାରୁ ନାହାନ୍ତି । ଅନ୍ୟପଟେ କେତେକ ସ୍ଥାନରେ ଅନ୍ଲାଇନ୍ ମାଆଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି । ତେବେ ମଣ୍ଡପରେ ମାଆଙ୍କ ଦର୍ଶନ ଓ ପୂଜାର୍ଚ୍ଚନାରୁ ବଂଚିତ ହେଉଛନ୍ତି ଶ୍ରଦ୍ଧାଳୁ । ଏହାର ଚିତ୍ର ଗତକାଲି ଦେଖିବାକୁ ମିଳିଥିବା ମହାଷ୍ଟମୀରେ ମାଆଙ୍କ ପୂଜାକରିବାକୁ ଆସିଥିବା ଭକ୍ତଙ୍କୁ ନିରାଶ ହୋଇ ଫେରିବାକୁ ପଡିଥିଲା । ଏପରିକି କିଛି ଭକ୍ତ ନିରାଶ ହୋଇ କାନ୍ଦି ପକାଇବା ଦେଖିବାକୁ ମିଳିଥିଲା ।

ସେପଟେ ସୂଦୁର ଆମେରିକାରେ ମଧ୍ୟ ମାଙ୍କ ଆରାଧନା କରାଯାଇଛି । ନ୍ୟୁୟର୍କରେ କରୋନା କଟକଣା ମଧ୍ୟରେ ମାଙ୍କ ପୂଜା କରାଯାଇଛି । ଏଠାରେ ପ୍ରତିବର୍ଷ ଦକ୍ଷିଣ ଭାରତର ରୀତନିିତି ଅନୁସାରେ ପୂଜା ହୋଇଥାଏ । ତିରୁପତି ବାଲାଜୀର ପୂଜକ ଆସି ମାଙ୍କ ପୂଜା କରିଥାନ୍ତି ।