କରୋନା ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା : ତୃତୀୟ ଲହର ଆସୁ କି ନ ଆସୁ ଟିକାକରଣ ଜୋରଦାର ହେବ

103

କନକ ବ୍ୟୁରୋ : ରାଜ୍ୟରେ ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଉଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ଆମେ ଢ଼ିଲା ହେବା ନାହିଁ । ତୃତୀୟ ଲହର ଆସୁ କି ନଆସୁ ଆମର ୨ଟି ମୁଖ୍ୟ ଲକ୍ଷ ହେଲା ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦେବା ଆଉ ସର୍ଭିଲାନ୍ସ ଜାରି ରଖିବା । ଏଥିସହ କଟକଣା ଯେତେବେଳେ କୋହଳ ହେଉଛି କମ୍ୟୁନିଟିର ସାହାର୍ଯ୍ୟ ଦରକାର । ଏହି ୩ଟି କଥା ହେଲେ ତୃତୀୟ ଲହର ଆସିଲେ ରାଜ୍ୟରେ ଚିନ୍ତା ନାହିଁ । କମ୍ୟୁନିଟି ନିଜର ଦାୟିତ୍ୱ ବୁଝିବା ଦରକାର । ସମସ୍ତଙ୍କୁ ଟିକା ନେବାକୁ ଅପିଲ କରାଯାଇଛି । ଭୂତାଣୁକୁ ଦୂରେଇବା ପାଇଁ ଟିକା ନେବା ଦରକାର ।

ଅନ୍ୟପକ୍ଷରେ ସେ ଆହୁରି ମଧ୍ୟ କହିଛନ୍ତି, ତୄତୀୟ ଲହରର ପ୍ରଭାବ କଣ ରହିବ ଏବେଠୁ କହିହେବନି । ସବୁ ପ୍ୟାଣ୍ଡେମିକର ଗୋଟିଏ ଲହର ଥାଏ । ଭୁତାଣୁର ମ୍ୟୁଟେସନ ହେଉଛି ତେଣୁ ତା ପାଇଁ ଆଶଙ୍କା ରହୁଛି ଦ୍ବିତୀୟ ଲହରରେ ଯେମିତି ଅସୁବିଧାରେ ପଡିଲେ ତୄତୀୟ ଲହରରେ ବି ଅସୁବିଧାରେ ପଡିବା । କିନ୍ତୁ ଆମେ ସମସ୍ତେ ମିଶି କାମ କଲେ ଏହାର କିଛି ପ୍ରଭାବ ପଡ଼ିବନି । ସରକାର ପ୍ରସ୍ତୁତ ଅଛନ୍ତି। ନିର୍ଦ୍ଦିଷ୍ଟ ଭାବରେ କୌଣସି ବୟସର ଲୋକଙ୍କୁ ସଂକ୍ରମିତ ହେଉନାହିଁ । ଯେଉଁ ବୟସର ଲୋକ ଟିକା ନେଇନାହାନ୍ତି, ସେମାନେ ସଂକ୍ରମିତ ହେଉଛନ୍ତି ।