କନକ ବ୍ୟୁରୋ : ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୬୩୦ରେ ପହଂଚିଲାଣି । ଏହାରି ମଧ୍ୟରେ ୯୯୫ ଜଣ ଓମିକ୍ରନରୁ ସୁସ୍ଥ ହୋଇ ସାରିଲେଣି । ମହାରାଷ୍ଟ୍ରରୁ ସର୍ବାଧିକ ୭୯୭ ଜଣ ଓମିକ୍ରନରେ ସଂକ୍ରମିତ ହୋଇଥିବା ବେଳେ ଦିଲ୍ଲୀରେ ୪୬୫ ଜଣ ସଂକ୍ରମିତ ହେଲେଣି ।

Advertisment

ରାଜସ୍ଥାନରୁ ୨୩୬, କେରଳରୁ ୨୩୪, କର୍ଣ୍ଣାଟକରୁ ୨୨୬ ଓ ଗୁଜରାଟରୁ ୨୦୪ ଜଣ ସଂକ୍ରମିତ ଚିହ୍ନଟ ହେଲେଣି । ଓଡ଼ିଶାରୁ ୬୧ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଜଣ ସୁସ୍ଥ ହୋଇସାରିଲେଣି । ମହାରାଷ୍ଟ୍ରରେ କରୋନା ଏବଂ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହେଉଛି । ମହାରାଷ୍ଟ୍ରରେ ବର୍ତମାନ ସୁଦ୍ଧା ୨୬୦ ଜଣ ଡାକ୍ତର କରୋନାରେ ସଂକ୍ରମିତ ହୋଇସାରିଲେଣି ।