ଗର୍ଭବତୀ ମହିଳାଙ୍କୁ ଦିଆଗଲା କରୋନା ଟିକା : ପ୍ରଥମ ଦିନରେ ୧୨୮୪ ଜଣଙ୍କୁ ଦିଆଗଲା ପ୍ରଥମ ଡୋଜ୍

53

କନକ ବ୍ୟୁରୋ : ରାଜ୍ୟରେ ଆରମ୍ଭ ହେଲା ଗର୍ଭବତୀ ମହିଳାଙ୍କ ଟିକାକରଣ । ପ୍ରଥମ ଦିନରେ ରାଜ୍ୟରେ ୧୨୮୪ ଜଣ ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯାଇଛି । ଜୁଲାଇ ୧୬ ତାରିଖରେ ରାଜ୍ୟରେ ୧ ଲକ୍ଷ ୨୧ ହଜାର ୬୨୨ ଜଣଙ୍କୁ କରୋନା ଟିକା ପ୍ରଦାନ କରାଯାଇଛି । ଏହା ମଧ୍ୟରେ ୧୨୮୪ ଜଣ ଗର୍ଭବତୀ ରହିଛନ୍ତି । ଗର୍ଭବତୀଙ୍କୁ ଟିକା ଦେବା ପାଇଁ କୋ-ୱିନ୍ ପୋର୍ଟାଲରେ ପଂଜିକରଣ ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ କୋୱିନ୍ ପୋର୍ଟାଲରେ ସ୍ୱତନ୍ତ୍ର ଫିଚର ବ୍ୟବସ୍ଥା କରାଯାଇଛି ।

ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି, ପଞ୍ଜିକରଣ ନ କରି ମଧ୍ୟ ସିଧା ଟିକାକେନ୍ଦ୍ରକୁ ଆସି ଗର୍ଭବତୀ ମହିଳା ଟିକା ନେଇପାରିବେ । ଗର୍ଭବତୀ ମହିଳାମାନେ ଟିକାକେନ୍ଦ୍ରକୁ ଆସିଲେ ଧାଡିରେ ଠିଆ ହେବାକୁ ପଡିବ ନାହିଁ । ସେମାନଙ୍କୁ ତୁରନ୍ତ ଟିକା ଦିଆଯିବ । ଆଶା ଦିଦି ଏନେଇ ସେମାନଙ୍କୁ ସହାୟତା କରିବେ ।  ରାଜ୍ୟରେ ଆଜି  ୮ଟି ଜିଲ୍ଲାରେ କରୋନା ଟିକାକରଣ ବନ୍ଦ ରହିବ । ଟିକା ଅଭାବରୁ ୮ ଜିଲ୍ଲାରେ ଟିକାକରଣ ବନ୍ଦ ରହିବା ନେଇ ସୂଚନା ଦିଆଯାଇଛି । ଏହି ୮ଟି ଜିଲ୍ଲା ହେଉଛି ବଲାଙ୍ଗୀର, ବାଲେଶ୍ୱର, ବୌଦ୍ଧ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କୋରାପୁଟ ଏବଂ ସୋନପୁର ।

Comments are closed.