କରୋନା: ୨୪ ଘଣ୍ଟାରେ ଦେଶରେ ଗଲା ୧୨ ଜୀବନ, ସାମ୍ନାକୁ ଆସିଲା ୩୨୮ ନୂଆ ପଜିଟିଭ୍ କେସ୍ । ସାମାଜିକ ଦୂରତା ପାଳନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ ।

835

କନକ ବ୍ୟୁରୋ: ଭାରତର ଚିନ୍ତା ବଢ଼ାଇଲା କରୋନା ମୃତକଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଆଖିବୁଜିଲେଣି ୧୨ କରୋନା ଆକ୍ରାନ୍ତ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି କି, ବର୍ତମାନ ସୁଦ୍ଧା ଦେଶରେ କରୋନା ଦ୍ୱାରା ୫୦ ଜଣଙ୍କ ଜୀବନ ଯାଇଥିବାବେଳେ ୧୫୧ ଜଣ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୨୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସବୁଠାରୁ ବଡ଼ କଥା ହେଲା ଦେଶରେ ବର୍ତମାନ କରୋନା ଭୂତାଣୁରେ ସଂକ୍ରମିତଙ୍କ ସଂଖ୍ୟା ୧୯୬୫ ରହିଛି । ସେପଟେ ୧୫୧ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । ଲବଲିଘି ଜମାତର କର୍ମକର୍ତା ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ମୋଟ୍ ୯ହଜାର ଲୋକଙ୍କୁ କ୍ୱାରେଂଟାଇନ୍ ବା ସଙ୍ଗରୋଧ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି । ଏହି ୯୦୦୦ଙ୍କ ଭିତରୁ ୧୩୦୬ଜଣ ବିଦେଶୀ ଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।

ଅନ୍ୟପଟେ ପ୍ରବାସୀ ଶ୍ରମିକଙ୍କ ପାଇଁ ବ୍ୟବସ୍ଥା କରାଯାଉଛି କରାଯାଉଥିବା କହିଛନ୍ତି କେନ୍ଦ୍ର । ମହାମାରୀ ସମୟରେ କେନ୍ଦ୍ର-ରାଜ୍ୟ ଶାନ୍ତି, ସଦଭାବନାର ସହ ଏକାଠି ଲଢିବାକୁ ପ୍ରଧାନମନ୍ତ୍ରୀ କହିଥିବା କହିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ତେବେ କରୋନାରୁ ବର୍ତ୍ତିବାକୁ ହେଲେ ସୁରକ୍ଷିତ ରୁହନ୍ତୁ, ଘରେ ରୁହନ୍ତୁ । ବାହାରକୁ ଯାଉଥିଲେ ଘରକୁ ଆସି ହାତକୁ ଭଲ ଭାବେ ଧୁଅନ୍ତୁ । ଘରକୁ ଆଣୁଥିବା ପରିବା ଭଲରେ ଧୋଇ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।