ସ୍ୱଦେଶୀ ଟିକା କୋଭାକ୍ସିନକୁ ମିଳିଲା ଅନୁମତି । ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲା ବିଶେଷଜ୍ଞ କମିଟି ।

102

କନକ ବ୍ୟୁରୋ : କୋଭାକ୍ସିନକୁ ଅନୁମତି ଜରୁରୀକାଳୀନ ବ୍ୟବହାର ପାଇଁ କୋଭାକ୍ସିନକୁ ଏକ୍ସପର୍ଟ କମିଟିର ଅନୁମତି । ଭାରତ ବାୟୋଟେକର କରୋନା ଭ୍ୟାକ୍ସିନ ହେଉଛି କୋଭାକ୍ସିନ୍ । ଗତକାଲି ଭାରତରେ ଟୀକାକରଣ ନେଇ ଅକ୍ସଫୋର୍ଡ ଟୀକା କୋଭିସିଲ୍ଡକୁ ମିଳିଥିଲା ଅନୁମତି ଆଜି ଦ୍ୱିତୀୟ ଟୀକା ଭାବେ କୋଭାକ୍ସିନକୁ ଅନୁମତି ମିଳିଥିବା ଜାତୀୟ ଗଣମାଧ୍ୟମରେ ଖବର ।

ଗତକାଲି ବସିଥିବା ବିଶେଷଜ୍ଞ କମିଟି ବୈଠକରେ ୩ଟି ଟିକା-ସେରମ ଇନଷ୍ଟିଚ୍ୟୁଟ ଦ୍ବାରା ପ୍ରସ୍ତୁତ କୋଭିସିଲ୍ଡ (ଅକ୍ସଫୋର୍ଡ ଟିକା), କୋଭାକ୍ସିନ ଓ ଫାଇଜରକୁ ବିଚାରକୁ ନିଆଯାଇଥିଲା । ଏହି ୩ଟି ମଧ୍ୟରୁ କେବଳ କୋଭିସିଲ୍ଡକୁ ଅନୁମତି ଦିଆଯାଇଥିଲା । ଆଜି କୋଭାକ୍ସିନକୁ ଜରୁରୀ ବ୍ୟବହାର ଲାଗି ଅନୁମତି ମିଳିଛି ।

ସୂଚନାଯୋଗ୍ୟ ଯେ, ଭାରତ ସରକାର ପ୍ରଥମ ପର୍ୟ୍ୟାୟରେ ୩୦ କୋଟି ଲୋକଙ୍କୁ ଟିକା ଦେବାକୁ ଯୋଜନା କରୁଛନ୍ତି । ଏହି ୩୦ କୋଟି ଲୋକ ହେଉଛନ୍ତି ବିଭିନ୍ନ ଅଗ୍ରାଧିକାର ତଥା ଦୁର୍ବଳ ବର୍ଗର ଲୋକ ଯେପରିକି ସ୍ବାସ୍ଥ୍ୟକର୍ମୀ, ପୁଲିସ କର୍ମଚାରୀ,ବୟସ୍କ ବ୍ୟକ୍ତି, ଅନ୍ୟ ରୋଗଥିବା ବ୍ୟକ୍ତି ।