ଦେଶୀ ଟିକା କୋଭାକ୍ସିନ୍ ପାଇପାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ୱିକୃତୀ : ମୁଖ୍ୟ ବୈଜ୍ଞାନିକ କହିଲେ କୋଭାକ୍ସିନ୍ ତରଫରୁ ଆସିଛି ଭଲ ତଥ୍ୟ; ପୁରଣ କରୁଛି ନିରାପତା ସର୍ମ୍ପକୀୟ ମାନଦଣ୍ଡ

138

କନକ ବ୍ୟୁରୋ : ଭାରତର ଦେଶୀ ଟିକା କୋଭାକ୍ସିନ ତିଆରି କରୁଥିବା ଭାରତ ବାୟୋଟେକ ପାଇଁ ଖୁସି ଖବର । କୋଭାକ୍ସିନର ଟ୍ରାଏଲ ଡାଟା ଭଲ ଅଛି ବୋଲି ମନ୍ତବ୍ୟ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ୱାମୀନାଥନ । ସ୍ୱାମୀନାଥନଙ୍କ କହିବା ଅନୁସାରେ, କୋଭାକ୍ସିନର ଶେଷ ପର୍ଯ୍ୟାୟ ଟ୍ରାଏଲ ଭଲ ଅଛି ଓ ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିରାପତା ସମ୍ପର୍କୀୟ ମାନଦଣ୍ଡକୁ ପୂରଣ କରୁଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଓ ଭାରତ ବାୟୋଟେକ ମଧ୍ୟରେ ଏକ ବୈଠକ ଜୁନ ୨୩ରେ ହୋଇଥିଲା ଏବଂ ଏହାର ଟ୍ରାଏଲ ଡାଟାକୁ ଏବେ ଏକତ୍ରିତ କରାଯାଉଛି । ସେ ଆହୁରି କହିଛନ୍ତି, କୋଭାକ୍ସିନର ପ୍ରଭାବ ଅଧିକ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ବୈଜ୍ଞାନିକଙ୍କ ଏହି ମନ୍ତବ୍ୟ ପରେ କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମଞ୍ଜୁରୀ ମିଳିବା ଆଶା ଅଧିକ ହୋଇଛି । ବର୍ତ୍ତମାନ କୋଭାକ୍ସିନର ତୃତୀୟ ଟ୍ରାଏଲ ସରିଛି । ଭାରତ ବାୟୋଟେକର ଦାବି ଅନୁସାରେ, ଏହି ଟିକା ଗୁରୁତର ରୋଗୀ ଓ ଡେଲଟା ଭାଂରିଆଂଟ ରୋଗୀଙ୍କ ପାଇଁ ପ୍ରଭାବଶାଳୀ ହେଉଛି । ତୃତୀୟ ତଥା ଶେଷ ପର୍ଯ୍ୟାୟ ପରୀକ୍ଷଣ ପରେ କୋଭାକ୍ସିନ ୭୭.୮ ପ୍ରତିଶତ ପ୍ରଭାବୀ ବୋଲି କହିଛି ଭାରତ ବାୟୋଟେକ ।