କନକ ବ୍ୟୁରୋ : ଦେଶୀ ଟିକାର ସଫଳତା ହାରକୁ ନେଇ ଆସିଲା ନୂଆ ତଥ୍ୟ । ୭୭ ପ୍ରତିଶତରୁ ଅଧିକ ସଫଳ କୋଭାକ୍ସିନ ଟିକା । ଏହାରି ଭିତରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ଆସିଛି ଏବଂ ଏହା କରୋନା ବିରୋଧରେ ୭୭ ଦଶମିକ ୮ ପ୍ରତିଶତ ସଫଳ ବୋଲି ଦାବି କରିଛି ଟିକା ନିର୍ମାତା ଭାରତ ବାୟୋଟେକ୍ ।
କରୋନା ସଂକ୍ରମଣର ବିଭିନ୍ନ ସ୍ତର ବିରୋଧରେ ଏହା କେତେ ଫଳପ୍ରଦ ସେନେଇ ମଧ୍ୟ ବିସ୍ତୃତ ତଥ୍ୟ ରଖିଛି ଭାରତ ବାୟୋଟେକ୍ । ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କ ବିରୋଧରେ ଏହି ଟିକା ୭୭ ଦଶମିକ ୮ ପ୍ରତିଶତ ପ୍ରଭାବୀ । କିନ୍ତୁ ଗୁରୁତର ଆକ୍ରାନ୍ତଙ୍କ ବିରୋଧରେ ଏହାର ପ୍ରଭାବ ୯୩ ଦଶମିକ ୪ ପ୍ରତିଶତ । ସେହିପରି ଡେଲ୍ଟା ଷ୍ଟ୍ରେନ ବିରୋଧରେ କୋଭାକ୍ସିନ ଟିକା ୬୫ ଦଶମିକ ୨ ପ୍ରତିଶତ ପ୍ରଭାବୀ ବୋଲି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରୁ ମିଲିଥିବା ତଥ୍ୟରୁ ଜଣାପଡିଛି । ସେହିପରି ଲକ୍ଷଣ ଦେଖାଯାଉନଥିବା କରୋନା ଆକ୍ରାନ୍ତଙ୍କ ବିରୋଧରେ ଟିକା ୬୩ ଦଶମିକ ୬ ପ୍ରତିଶତ ପ୍ରଭାବୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/bharat-biotech.jpg)