ଓଡିଶାରେ ଆରମ୍ଭ ହେଲା ମାନବ ପରୀକ୍ଷଣ । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନକୁ ମଣିଷ ଦେହରେ କରାଗଲା ପ୍ରୟୋଗ । ପୂର୍ବରୁ ଦିଲ୍ଲୀ ଏମ୍ସରେ କରାଯାଇଥିଲା କ୍ଲିନିକାଲ ଟ୍ରାଏଲ…

173

କନକ ବ୍ୟୁରୋ: ଓଡିଶାରେ ଆରମ୍ଭ ହେଲା ମାନବ ପରୀକ୍ଷଣ । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନକୁ ମଣିଷ ଦେହରେ କରାଗଲା ପ୍ରୟୋଗ । ଭୁବନେଶ୍ୱରସ୍ଥିତ ସମ ହସପିଟାଲରେ ଏହି ଟିକାକୁ ସ୍ୱେଚ୍ଛାସେବୀଙ୍କ ଉପରେ ପ୍ରୟୋଗ କରାଯାଇଛି । ପ୍ରଥମେ ସ୍ୱେଚ୍ଛାସେବୀଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସେମାନଙ୍କୁ ଟିକା ଦିଆଯାଇଥିଲା ।

ଏହି ଟିକାଦିଆଯିବାପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ଆଜି ହିଁ ସେମାନଙ୍କୁ ଘରକୁ ପଠାଇଦିଆଯିବ । କିନ୍ତୁ ଆଗାମି କିଛି ସପ୍ତାହ ପାଇଁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯିବ ବୋଲି ଜଣାପଡ଼ିଛି । ଗତ ୨୫ ତାରିଖ ଦିନ ଦିଲ୍ଲୀର ଏମ୍ସଠାରେ ଏହି ଟିକାର ପ୍ରଥମ ମାନବ ପରୀକ୍ଷଣ ଆରମ୍ଭ ହୋଇଥିଲା । ସାରା ଦେଶରେ ପ୍ରାୟ ୩୫୦୦ ଲୋକଙ୍କ ଶରୀରରେ ଏହାର ପରୀକ୍ଷା କରାଯିବ । ଏହି ସୁସ୍ଥ ଲୋକମାନେ ଏହି ପରୀକ୍ଷଣ ପାଇଁ ସ୍ୱେଚ୍ଛାରେ ପରୀକ୍ଷଣ ଲାଗି ପଂଜୀକରଣ କରିଥିଲେ । ଏମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣରେ ଏମ୍ସରେ ୧୦୦ ଜଣ ସୁସ୍ଥ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଗତ ସପ୍ତାହରେ ଏହି ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ସେମାନେ ସୁସ୍ଥ ଅଛନ୍ତି ନା ନାହିଁ ତାହା ଯାଞ୍ଚ କରାଯାଇଥିଲା ।

ଭାରତ ବାୟୋଟେକ ଆଇସିଏମଆର ସହଯୋଗରେ ଏହି ଟିକା ପ୍ରସ୍ତୁତ କରୁଛି । ଏହି ଟିକାର ପରୀକ୍ଷଣ ପାଇଁ ଆଇସିଏମଆର ପକ୍ଷରୁ ୧୨ଟି ପ୍ରତିଷ୍ଠାନକୁ ବଛାଯାଇଛି । ଏହା ମଧ୍ୟରେ ଓଡ଼ିଶାର ସମ ହସପିଟାଲ ରହିଛି । ଭାରତରେ ଆଉ ଏକ ଫାର୍ମା କମ୍ପାନି ଜାଇଡସ କାଡିଲା ମଧ୍ୟ ଏକ କରୋନା ଟିକାର ପରୀକ୍ଷଣ କରୁଛି । ଏହି ଟିକାର ନାଁ ହେଉଛି ଜାଇକୋଭ-ଡି ।