୬ମାସ ସୁରକ୍ଷା ଦେବ କରୋନା ଟିକା କୋଭାକ୍ସିନ : ପାଥୋଜେନକୁ ଦ୍ରୁତ ଭାବେ କରିବ ମୁକାବିଲା

କୋଭିଡର ବିଭିନ୍ନ ଭାରିଆଂଟ ଶରୀରରେ ପ୍ରବେଶ କଲେ ଚିହ୍ନଟ କରି ଲଢ଼େଇ କରିବାରେ କ୍ଷମତା

193

କନକ ବ୍ୟୁରୋ : ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ କୋଭାକ୍ସିନ ଟିକା ନେଇଥିବା ବ୍ୟକ୍ତିଙ୍କୁ ମିଳିବ ୬ ମାସର ସୁରକ୍ଷା । କୋଭିଡର ବିଭିନ୍ନ ପ୍ରକାର ଭାରିଆଂଟ ଶରୀରରେ ପ୍ରବେଶ କରିଲେ , ତାହାକୁ ଚିହ୍ନଟ କରି ଲଢେଇ କରିବାର କ୍ଷମତା ୬ ମାସ ପର୍ଯ୍ୟନ୍ତ ରହିଛି । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଇମ୍ୟୁନୋଲୋଜିର ନିର୍ଦେଶକ ପୁଷ୍କର ଶର୍ମା ବାର୍ଷିକ ସାଧାରଣ ବୈଠକରେ ଏହା କହିଛନ୍ତି ।

ସେ ଆହୁରି କହିଛନ୍ତି, ଏହାକୁ ଇମ୍ୟୁଲୋଜିକାଲ ମେମୋରି କୁହାଯାଏ । ଶରୀରକୁ ପୂର୍ବରୁ ପ୍ରବେଶ କରିଥିବା ପାଥୋଜେନକୁ ଦ୍ରୁତ ଭାବେ ଓ ପ୍ରଭାବି ଢଙ୍ଗରେ ମୁକାବିଲା କରିିବ । ସାର୍ସ-କୋଭ-୨ ଏବଂ ଏହାର ଅନ୍ୟ ଚିନ୍ତାଜନକ ଭାରିଆଂଟ ଡେଲଟା, ଆଲଫା, ବିଟା ଏବଂ ଗାମା ବିରୋଧରେ ବିିବଭିି ୧୫୨ କୋଭାକ୍ସିନ ବଳିଷ୍ଠ ପ୍ରତିରୋଧକ ଭାବେ କାର୍ଯ୍ୟ କରିବ ।